ରାଜନେତାଙ୍କୁ ଢାଲ କରି ମାଡ଼ ମରା ଘଟଣା କୁ ଚାପି ଦେବା ପାଇଁ ପ୍ରlୟାସ…..!

ବ୍ରହ୍ମପୁର: ଆସିକା ପଣ୍ୟାଗାର ର କର୍ମଚାରୀ ଙ୍କୁ ବେଆଇନ ଭାବେ ମିଲରୁ ଆସିଥିବା ଧାନ ବିନା ଯାଞ୍ଜ କରି ରଖିବାକୁ କୁଆଡ଼େ ବାଧ୍ୟ କରାଯାଇଥିଲା। ଉକ୍ତ କର୍ମଚାରୀ ଅମଙ୍ଗ ହେବା ପରେ ଦୁଇ ଜଣ ମିଲର ଜୋରଜବରଦସ୍ତ କରିବା ଫଳରେ ଉକ୍ତ କର୍ମଚାରୀ ନିଜ ମୋବାଇଲ ରେ ସୁଟିଙ୍ଗ କରୁଥିବା ବେଳେ ପ୍ରଭାବ ଶାଳୀ ଦୁଇ ମିଲେର ଉକ୍ତ କର୍ମଚାରୀଙ୍କ ମୋବାଇଲ ଛଡ଼େଇବା, ଓ ଗାଲକୁ ଚାପୁଡ଼ା ମାରିବା ସହ କର୍ମଚାରୀ ଙ୍କୁ ଗୋଡେଇ ଗୋଡେଇ ରୁମ ରେ ବନ୍ଦ କରିବା ଘଟଣା ର ଭିଜୁଆଲ ମୋବାଇଲ କୁ ମୋବାଇଲ ଘୁରି ବୁଲିବା ପରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହୋଇ ଆସୁଛି।ଜଣେ କର୍ତ୍ତବ୍ୟରତ କର୍ମଚାରୀ ଙ୍କୁ ମାଡ଼ମାରି ହରଡ଼ ଘଣା ରେ ପଡ଼ିଥିବା ଦୁଇ ମିଲେର ନିର୍ବାଚିତ ପ୍ରତିନିଧି ଙ୍କୁ ସାଇଲେନ୍ସ ପ୍ଲିଜ କରି ଅଧିକାରୀ ମାନଙ୍କ ଉପରେ ଚାପ ପ୍ରୟୋଗ କରି ରଫା ଦଫା କରିବାକୁ ପ୍ରୟାସ ଆରମ୍ଭ କରି ଦେଇଥିବା ଚର୍ଚ୍ଚା ଏବେ ଜୋର ଧରିଛି। ଜଣେ ସରକାରୀ କର୍ମଚାରୀ ଙ୍କୁ ବେଆଇନ କାର୍ଯ୍ୟ କରିବାକୁ ପ୍ରବର୍ତ୍ତେଇବା ମାଡ଼ ମାରିଥିବା ଦୁଇ ମିଲେରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କରିବାକୁ ଜିଲ୍ଲା ପ୍ରଶାସନ ଅମଙ୍ଗ ହେବା ପଛର ରହସ୍ୟ କଣ….! ଏହା ସାଧାରଣ ରେ ପ୍ରଶ୍ନ ଉଠିଛି, କାହା ଚାପ ରେ ଜିଲ୍ଲା ପ୍ରଶାସନ ଚୁପ ଜଦି ଜିଲ୍ଲାରେ ସରକାରୀ କର୍ମଚାରୀ ସୁରୁକ୍ଷିତ ନୁହନ୍ତି ତେବେ ସାଧାରଣ ଜନତା କିପରି ପାଇବେ ସୁରକ୍ଷା ଯାହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ରେ ପ୍ରଶ୍ନ…? ବର୍ତ୍ତମାନ ଜିଲ୍ଲାର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଆଡକୁ ଗତିକଲାଣି ମାଫିଆ ମାନଙ୍କ ଭୟରେ ସାଧାରଣ ଜନତା ତେଣୁ ରାଜ୍ୟ ସରକାର ଏହାପାଇଁ ଯତ୍ନବାନ ହେବା ଜରୁରୀ ହୋଇ ପଡିଛି l ଦୁଇ ମିଲର କର୍ମଚାରୀ ଙ୍କୁ ମାଡ଼ ମାରିବା ଘଟଣା ଦାଣ୍ଡରୁ ଯାଇ ହାଟରେ ଗଡ଼ିଲାଣି ତଥାପି ପ୍ରଶାସନ ନୀରବ l ଘଟଣା କୁ ରଫା ଦଫା କରିବାକୁ ଉକ୍ତ କର୍ମଚାରୀ ଙ୍କ ଉପରେ ଚାପ ପକା ଯାଉଛି ଭୟରେ ଉକ୍ତ କର୍ମଚାରୀ, ପୋଲିସ ପ୍ରଶାସନ ଏହାକୁ ଗୁରତର ସହିତ ନେଇ ସୁରକ୍ଷା ଦେବା ଜରୁରୀ ଏବଂ ଘଟଣା ଉପରେ ଦୃଷ୍ଟି ରଖିବା ଆବଶ୍ୟକ ହୋଇପଡିଛି l ଏବେ ପ୍ରଶ୍ନ ରହିଲା ଦୁଇ ମିଲର ଗିରଫ ହେବେ କେବେ..? ଯାହାକୁ ନେଇ ସାଧାରଣ ରେ ପ୍ରଶ୍ନ…
