
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମହିଳା ସମେତ ଦୁଇ ଜଣ ଗୁରୁତର ଆହାତ। ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ସଦର ନିକଟସ୍ଥ ଗୋଜିଆ ଗୁଡା ଗାଁ ନିକଟରେ ଉଭୟ ପଟରୁ ଆସୁଥିବା ଦୁଇ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ଏସାର କମ୍ପାନୀ ପଟୁ ଆସୁଥିବା କାଲିମେଳାର ନିଳାଞ୍ଚଳ ସାହୁ ନାମକ ବ୍ୟକ୍ତିଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଚିତ୍ରକୋଣ୍ଡା ବଜାର ପଟରୁ ଯାଉଥିବା ବାଇକରେ ବସିଥିବା ଜମୁନା ଖରା ନାମକ ଜଣେ ମହିଳାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ଘଟଣା ସ୍ଥଳରେ ହିଁ ସେ ଚେତା ଶୂନ୍ୟ ହୋଇ ପଡ଼ିଥିଲେ। ତା ସହିତ ଗଳା ପାଖରୁ ଅତ୍ୟଧିକ ରକ୍ତସ୍ରାବ ହେଉଥିଲା।ସ୍ଥାନୀୟ ଅଞ୍ଚଳବାସୀ ସଙ୍ଗେ ସଙ୍ଗେ ଉଭୟ ଆହାତଙ୍କୁ ନିକଟସ୍ଥ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନେଇଥିଲେ। ତେବେ ଡ଼ାକ୍ତରଙ୍କ ପ୍ରାଥମିକ ଚିକିତ୍ସାରୁ ମହିଳା ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ଚିତ୍ରକୋଣ୍ଡା ପୁଲିସ ସୂଚନାରୁ ଜଣାପଡିଛି। ଗୁରୁତର ଥିବା ମହିଳା ଯମୁନା ଖରାଙ୍କ ଘର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଦର ପଞ୍ଚାୟତର ରେଖାପାଲି ଗାଁରେ ହୋଇଥିବା ବେଳେ ନିଳାଞ୍ଚଳ ସାହୁଙ୍କ ଘର କାଲିମେଳା ସଦର ମହକୁମାରେ ବୋଲି ଜଣାପଡିଛି।
