ମହିଳାଙ୍କୁ ଦୁର୍ଷ୍କମ ଘଟଣା, ଫେରାର ଯୁବକ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଇ ଦୁର୍ଷ୍କମ କରିବା ପରେ ଯୁବକ ଜଣଙ୍କ ଫେରାର ହୋଇଯାଇଥିଲେ। ଘଟଣା ନେଇ ନେଇ ପୀଡ଼ିତା ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୭୭/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା ।‌ କୈାଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ରବିବାର ବିଳମ୍ବିତ ରାତିରେ ରାୟଗଡା ଅଞ୍ଚଳରେ ଚଢାଉ କରି ଦୁର୍ଷ୍କମକାରୀ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମର ଆକାଶ ନାୟକ (୨୦) । ସୋମବାର ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ।
ସୂଚନା ପ୍ରକାରେ, ଗତ ପ୍ରାୟ ୬ ମାସ ପୂର୍ବେ ହିଞ୍ଜିଳି ଥାନା କୋଳିଦାସପୁର ଗ୍ରାମର ଆକାଶ ରାୟଗଡା ଅଞ୍ଚଳରେ କାମ କରୁଥିଲେ। ଆକାଶ ଗ୍ରାମକୁ ଆସିଥିବା ବେଳେ ଏକ ବିବାହ ଭୋଜିରେ ଜୈନିକା ମହିଳାଙ୍କ ସହ ସାକ୍ଷାତ ହୋଇଥିଲା।‌ ବିବାହ ଭୋଜିରୁ ଆରମ୍ଭ ହେଲା ପ୍ରେମ ସମ୍ପର୍କ। ପରେ ମୋବାଇଲ ନମ୍ବର ଦିଆ ନିଆ। କିଛି ମାସ ଧରି ଉଭୟଙ୍କ ମଧ୍ୟରେ ଚାଲିଲା କଥାବାର୍ତ୍ତା। ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ନିବିଡ ହେବା ପରେ ମିଳିଲା ବିବାହର ପ୍ରତିଶୃତି। ବିବାହ ପ୍ରତିଶୃତି ମିଳିବା ପରେ ଅକ୍ଟୋବର ମାସରେ ମହିଳା ଜଣଙ୍କ ବିବାହ ପାଇଁ ଯୁବକ ରହୁଥିବା ରାୟଗଡା ଅଞ୍ଚଳକୁ ଚାଲି ଯାଇଥିଲେ। ସେଠାରେ ଯୁବକ ଜଣଙ୍କ ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଦୀର୍ଘ ୨ ମାସ ଧରି ରଖିଥିଲେ ଶାରୀରିକ ସମ୍ପର୍କ। ବିବାହ କରିବା ପାଇଁ ମହିଳା ଜଣଙ୍କ ଜିଦ୍ କରିବାପରେ ଯୁବକ ଜଣଙ୍କ କେଉଁ ଆଡେ ଫେରାର ହୋଇଯାଇଥିଲେ। ମହିଳା ଜଣଙ୍କ ବିଭିନ୍ନ ସ୍ଥାନରେ ଯୁବକଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ଫଳରେ ମହିଳା ଜଣଙ୍କ ନିରାଶ ହୋଇ ବାପାଘର ଗ୍ରାମକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଘଟଣା ନେଇ ଗୁରୁବାର ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା ଓ ଟିମ୍ ରବିବାର ରାୟଗଡ଼ା ଅଞ୍ଚଳରେ ଚଢାଉ କରି ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।‌

nis-ad
Leave A Reply

Your email address will not be published.