ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ଗୃହରୁ ନିଲମ୍ବିତ

add-all

ଭୁବନେଶ୍ଵର: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ବୁଧବାର ଉଭୟ ବିଧାୟକଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ନିଲମ୍ବିତ ହୋଇଛନ୍ତି। ବାଚସ୍ପତିଙ୍କ ତାଗିଦ୍ ସତ୍ବେ ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନା ପ୍ରଶ୍ନକାଳ ସମୟରେ ଗୃହରେ ଘଣ୍ଟ ପିଟି ପ୍ରତିବାଦ କରିଥିଲେ।
ସୂଚନାଯୋଗ୍ୟ, ଗତକାଲି ୧୨ ଜଣ ବିଧାୟକ ନିଲମ୍ବିତ ହୋଇଥିବାବେଳେ ଆଜି ୨ ବିଧାୟକଙ୍କୁ ମିଶାଇ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରାଯାଇଛି।

ad-week
Leave A Reply

Your email address will not be published.