ଆମର ଦାବିରୁ ଆମେ କେବେ ଓହରିବୁ ନାହିଁ: ତାରା ପ୍ରସାଦ ବାହିନୀପତି

add-all

ଭୁବନେଶ୍ବର: ବିଧାନସଭା ବାହାରେ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ମୁଁ ଏନେଇ ଥାନାରେ ଏତଲା ଦେବି, କାରଣ ଗାଈଗୋରୁଙ୍କୁ ମାରିଲା ପରି ମତେ ଧକ୍କା ମାରିଛନ୍ତି। ମୋ ସୁନା ଚେନ୍‌ ସୁରକ୍ଷାକର୍ମୀ ନେଇଯାଇଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ରାତିରେ ପୁଲିସ ଫୋର୍ସ ପଠାଇ ଆମକୁ ଟେକି ନେଇ ମାଡ଼ ମରାଇଛନ୍ତି। ଦେହରେ ଚିହ୍ନ ଅଛି ମୁଁ ମିଛ କହୁନି। ଆମେ କେବଳ ମହିଳାମାନଙ୍କ ସୁରକ୍ଷା ଦାବି କରିଥିଲୁ। ଆମେ ପ୍ରତିବାଦ କଲୁ କି ଆମକୁ ନ୍ୟାୟ ଦିଅ,ଗୃହ କମିଟି ଗଠନ କର। ଆମକୁ କହିବାର ସୁଯୋଗ ଦେଲେନି କିନ୍ତୁ ସିଧା ସସ୍‌ପେଣ୍ଡ୍‌ କରିଦେଲେ। ଏ ରାଜ୍ୟରେ ବିଜେପିର ଯେଉଁ ଅହଂକାର ବଢିଯାଇଛି ତାହାକୁ ଜନସାଧାରଣ କେବେ ହେଲେ କ୍ଷମା ଦେବେ ନାହିଁ। ଆମର ଦାବିରୁ ଆମେ କେବେ ଓହରିବୁ ନାହିଁ।  

ad-week
Leave A Reply

Your email address will not be published.