ରାଇକିଆରେ ବ୍ଲକ୍ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ

add-all

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ମଣ୍ଡାସର ଛକ ଓ ଦୀଗୀ ଛକ ଠାରେ ଜଳ ବିଭାଜିକା ମହୋତ୍ସବ ଓ ୱାଟର ସେଡ ଯାତ୍ରା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବିଭାଗ ତରଫରୁ ଚାଷୀଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ, ଏହାର ସଫଳତା, ପ୍ରଚାର ପ୍ରସାର ଓ ସଚେତନତା ଉଦ୍ଧେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା, ବ୍ଲକ୍ ଉପାଧ୍ୟକ୍ଷା ରିନା ପ୍ରଧାନ, ଜିଲ୍ଲା କୃଷି ଅଧିକାରୀ ତୁଷାର କାନ୍ତି ତୁଙ୍ଗ, ବ୍ଲକ୍ କୃଷି ଅଧିକାରୀ ସଚିନ୍ଦ୍ର ସେଠୀ, ଅତିରିକ୍ତ ଉଦ୍ୟାନ ବିଭାଗ ଅଧିକାରୀ ଲିପସା ଦଳ ବେହେରା, ସହକାରୀ ମତ୍ସ୍ୟ ସମ୍ପଦ ଅଧିକାରୀ ରୋଜାଲିନ ଦାସ, ପ୍ରକଳ୍ପ ନିର୍ଦ୍ଧେଶକ ପ୍ରସନ୍ନ ପାତ୍ର, ପିଆଇଏ ରାଜେଶ ବେହେରା ପ୍ରମୂଖ ଯୋଗ ଦେଇ ଚାଷୀଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଆଲୋକପାତ କରିଥିଲେ ।

କୃଷି କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୦ ଜଣ ଚାଷୀ ଓ ତିନୋଟି ଆଦର୍ଶ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ମାର୍ଗ ଦର୍ଶକ ଭାବେ ମାନ ପାତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଛାତ୍ରୀ ଛାତ୍ରଙ୍କୁ ନେଇ କୁଇଜ୍ ପ୍ରତିଯୋଗୀତାର ଅୟୋଜନ କରଯାଇଥିଲା । ଅତିଥି ମାନଙ୍କ ଦ୍ଵାରା ୨୬ ଗୋଟି ପ୍ରକଳ୍ପକୁ ଲୋକାର୍ପଣ ମଧ୍ୟ କରଯାଇଥିଲା । କାର୍ଯ୍ୟକ୍ରମରେ ୯ ଗୋଟି ଅଣୁ ଜଳ ବିଭାଜିକା ସମିତିର ସଭାପତି, ସମ୍ପାଦକ, ସଦସ୍ୟ ଏବଂ ଡବ୍ଲୁଡିଟି ସଦସ୍ୟ ଏବଂ ଚାଷୀ ମାନେ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ ଅଧିକାରୀ ସୁମିତ୍ ମିଶ୍ର ଓ ଦୀପକ ପ୍ରଧାନ ପରିଚାଳନା କରିଥିବା ବେଳେ ସାହାରା ଅନୁଷ୍ଠାନ ସମ୍ପାଦକ ସୁକାନ୍ତ ନାୟକ ସଂଯୋଜନା କରିଥିଲେ ।

ad-week
Leave A Reply

Your email address will not be published.