କମାଣ୍ଡରଙ୍କୁ ନକ୍ସଲଙ୍କ ଚିଠି: ‘କୌଣସି ଠିକଣା ସୁରକ୍ଷିତ ନାହିଁ’

add-all

ମାଲକାନଗିରି: ନକ୍ସଲ ସଂଗଠନରେ କିପରି ଆତଙ୍କ ଓ ଭୟ ଖେଳିଯାଇଛି ଏହାର ଏକ ପ୍ରମାଣ ଗତ ବିଜାପୁର ଏନକାଉଣ୍ଟରରେ ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ଏକ ଚିଠିରୁ ଜଣାପଡିଛି। ଯବାନ ନକ୍ସଲଙ୍କର ଦୁଇ ଫରଦର ଏକ ଚିଠିକୁ ଜବତ କରିଛନ୍ତି। ଏହି ଚିଠି ସ୍ଥାନୀୟ ଗଣ୍ଡି ଭାଷାରେ ଲେଖାଯାଇଛି।
ନକ୍ସଲ କମାଣ୍ଡର ସଂଗଠନର ଶୀର୍ଷ ନେତାଙ୍କୁ ଲେଖିଥିବା ଚିଠିରେ କିପରି ସଂଗଠନ ଦୁର୍ବଳ ହେବା ସହ ସଂଗଠନରେ ଭୟ ଆତଙ୍କ ଖେଳିଯାଇଛି ତାକୁ ନେଇ ଚିଠିରେ ବିସ୍ତୃତ ଭାବେ ଲେଖା ହୋଇଛି। ଲଗାତାର ସୁରକ୍ଷାକର୍ମୀଙ୍କ ଦ୍ବାରା ହେଉଥିବା ଚଢାଉରେ ନକ୍ସଲ ନିଜର ଠିକଣା ବଦଳାଇବାକୁ ବାଧ୍ୟ ହେଉଛନ୍ତି। କୌଣସି ଠିକଣା ସୁରକ୍ଷିତ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି। ପୁଣି ସରକାରଙ୍କ ଦ୍ବାରା ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇ ନକ୍ସଲ ସଂଗଠନ ଛାଡୁଛନ୍ତି।
ବୋଡ଼କା, ଗମପୁର, ଡୋଡିତୁମନାର, ଏବଂ ତୋଡକା ଭଳି ଅଂଚଳ ମଧ୍ୟ ଏବେ ସୁରକ୍ଷିତ ନଥିବା କୁହାଯାଇଛି। ଗତ ଏକ ବର୍ଷରେ ଲଗାତାର ଚଢାଉରେ ନକ୍ସଲଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡିବାକୁ ପଡୁଛି। ଆମର ବହୁ ନେତାଙ୍କର ମୃତ୍ୟୁ ହୋଇସାରିଲାଣି। ସଂଗଠନ ପାଇଁ କୌଣସି ଠିକଣା ଏବେ ସୁରକ୍ଷିତ ନାହିଁ। ସୁରକ୍ଷାକର୍ମୀ ବିଭିନ୍ନ ଉପାୟରେ ଆମର ଉପସ୍ଥିତି ସଂପର୍କରେ ଜାଣିପାରୁଛନ୍ତି। ଏବେ ନକ୍ସଲ ଲୁଚିବା ପାଇଁ ଠିକଣା ଖୋଜୁଛନ୍ତି। ପୁଣି ଏନକାଉଣ୍ଟରରେ ନକ୍ସଲ ସଂଗଠନର କର୍ମୀଙ୍କର ମୃତ୍ୟୁକୁ ନେଇ ସଂଗଠନରେ ଏବେ ଦୁର୍ବଳ ହେବା ସହ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଛି। ଆତ୍ମସମର୍ପଣ ଦିନକୁ ଦି ବଢିବାରେ ଲାଗିଛି।
ପୁଲିସର କହିବା ହେଲା ଏହି ଚିଠି ସୂଚାଇ ଦେଉଛି ଯେ ସଂଗଠନରେ ଆଉ କୌଣସି ନକ୍ସଲ ସୁରକ୍ଷିତ ନାହାନ୍ତି। ସୁରକ୍ଷାକର୍ମୀଙ୍କର ଲଗାତାର ଅପରେସନରେ ସଂଗଠନ ଭାଙ୍ଗିଗଲାଣି। ସରକାରଙ୍କର ସମସ୍ତ ନୀତି କାମ କରୁଥିବା ପୁଲିସ କହିଛି।

ad-week
Leave A Reply

Your email address will not be published.