ବ୍ରହ୍ମପୁର : ଜୁଏଲର ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ଓଡ଼ିଶାର ବ୍ରହ୍ମପୁରରେ ତାହାର ନୂଆ ସୋ’ରୁମ୍ ଉଦଘାଟନ କରିଛି । ଏହି ଅତ୍ୟାଧୁନିକ ସୋ’ରୁମ୍ ଗହଣାଗୁଡିକର ଆକର୍ଷଣୀୟ କଲେକ୍ସନ ସହିତ ଗ୍ରାହକଙ୍କୁ ଏକ ଅତୁଳନୀୟ କିଣାକିଣି ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି, ଯେଉଁଠାରେ ପ୍ରତ୍ୟେକ ଅବସର ନିମନ୍ତେ ବହୁବିଧ ବର୍ଗର ଡିଜାଇନ ଓ ଷ୍ଟାଇଲ ପ୍ରଦର୍ଶିତ ହେଉଛି । ଏହି ଉଲ୍ଲେଖନୀୟ ସଫଳତା ଭାରତରେ ତାହାର ଉପସ୍ଥିତିକୁ ପରିବ୍ୟାପ୍ତ କରିବା ଏବଂ ଗ୍ରାହକମାନଙ୍କୁ ଉନ୍ନତତ୍ତର କାରିଗରୀ ଏବଂ ଅତୁଳନୀୟ ସେବା ଯୋଗାଇଦେବା ନିମନ୍ତେ ବ୍ରାଣ୍ଡ୍ର ପ୍ରତିବଦ୍ଧତା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହୋଇଛି ।
ଏହି ସୋ’ରୁମ୍କୁ ପରିଚାଳନା ମଣ୍ଡଳୀର ସଦସ୍ୟବୃନ୍ଦ, ଗ୍ରାହକ ଏବଂ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ପ୍ରସିଦ୍ଧ ଓଡ଼ିଆ ଅଭିନେତା ତଥା ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ର ବ୍ରାଣ୍ଡ୍ ଆମ୍ବାସାଡର ଶ୍ରୀ ସବ୍ୟସାଚୀ ମିଶ୍ର ଉଦ୍ଘାଟନ କରିଥିଲେ ।
ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ର ଭାରତ, ମଧ୍ୟପ୍ରାଚ୍ୟ, ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ ୧୩ଟି ରାଷ୍ଟ୍ରରେ ୩୮୦ରୁ ଅଧିକ ସୋ’ରୁମ୍ ସହିତ ବୈଶ୍ୱିକ ଉପସ୍ଥିତି ରହିଛି । ଏହାର ବିପୁଳ କଲେକ୍ସନ, ଅତୁଳନୀୟ ଗୁଣବତ୍ତା ଏବଂ ଗ୍ରାହକ-କେନ୍ଦ୍ରିକ ଆଭିମୁଖ୍ୟ ପାଇଁ ସୁଖ୍ୟାତି ଅର୍ଜନ କରିଥିବା ଏହି ବ୍ରାଣ୍ଡ୍ ଚଳିତ ମାର୍ଚ୍ଚରେ ଭାରତର ବିଭିନ୍ନ ସ୍ଥାନରେ ୧୨ଟି ନୂଆ ସୋ’ରୁମ୍ ଉଦଘାଟନ ସହିତ ନିଜର ଉପସ୍ଥିତିକୁ ସମ୍ପ୍ରସାରିତ କରୁଛି । ଏହି ନୂଆ ସୋ’ରୁମ୍ ଭାରତୀୟ ଜୁଏଲାରୀ ବଜାରରେ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ର ନେତୃତ୍ୱକୁ ପୁନଃ ସୁଦୃଢ କରୁଛି ।
ନୂଆ ସୋ’ରୁମ୍ ସୁନା, ହୀରା, ପ୍ଲାଟିନମ୍ ଏବଂ ଜେମ୍ଷ୍ଟୋନ ପିସ୍ ସମେତ ବ୍ୟାପକ ବର୍ଗର ଗହଣା ଉପଲବ୍ଧ କରାଉଛି, ଯେଉଁଗୁଡିକ ପ୍ରତ୍ୟେକ ପସନ୍ଦ ଓ ଅବସରକୁ ଖାପ ଖୁଆଇବା ଭଳି ଡିଜାଇନ କରାଯାଇଛି ।
ଏହି ନୂଆ ସୋ’ରୁମ୍ ସମ୍ପର୍କରେ ଏକ ବିବୃତିରେ ଏମ୍ପି ଅହମ୍ମଦ, ଚେୟାରମ୍ୟାନ, ମାଲାବାର ଗ୍ରୁପ୍ କହିଥିଲେ, “ସମଗ୍ର ଭାରତରେ ଜନସାଧାରଣଙ୍କୁ ବିଶ୍ୱଶ୍ରେଣୀର ଗହଣା ଯୋଗାଇଦେବାକୁ ଆମର ଯାତ୍ରା ଜାରି ରଖି ବ୍ରହ୍ମପୁରରେ ନବୀନତମ ସୋ’ରୁମ୍ ଉଦ୍ଘାଟନ କରି ଆମେ ରୋମାଞ୍ଚିତ ଅନୁଭବ କରୁଛୁ । ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ରେ ଆମର କାରିଗରୀ ଏବଂ ନୈତିକତାପୂର୍ଣ୍ଣ କାର୍ଯ୍ୟାଭ୍ୟାସକୁ ନେଇ ଗର୍ବ ଅନୁଭବ କରୁଛୁ ଏବଂ ବ୍ରହ୍ମପୁର ଅଧିବାସୀଙ୍କୁ ଏକ ଅବିସ୍ମରଣୀୟ କିଣାକିଣି ଅନୁଭୂତି ଯୋଗାଇଦେବାକୁ ଆମେ ଆଗ୍ରହ ରଖୁଛୁ ।”
ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ତାହାର ‘ମାଲାବାର ପ୍ରମିସେସ୍’ ଜରିଆରେ ଗ୍ରାହକ ସନ୍ତୁଷ୍ଟି ପ୍ରତି ପ୍ରତିବଦ୍ଧତା ନିମନ୍ତେ ବେଶ୍ ସୁଖ୍ୟାତି ଅର୍ଜନ କରିଛି, ଯେଉଁଥିରେ ବିସ୍ତୃତ ମୂଲ୍ୟଗତ ବିଭାଜନ ସହିତ ସ୍ୱଚ୍ଛ ମୂଲ୍ୟ ନିର୍ଦ୍ଧାରଣ, ସମସ୍ତ ବୈଶ୍ୱିକ ସୋ’ରୁମ୍ରେ ଆଜୀବନ ମାଗଣା ରକ୍ଷଣାବେକ୍ଷଣ ସେବା ଏବଂ ପୁରୁଣା ସୁନା ଓ ହୀରା ନିମନ୍ତେ ୧୦୦ ପ୍ରତିଶତ ବିନିମୟ ମୂଲ୍ୟ ଆଦି ଅନ୍ତର୍ଭୁକ୍ତ ରହିଛି । କମ୍ପାନୀ ସୁନିଶ୍ଚିତ କରୁଛି ଯେ ସମସ୍ତ ଗହଣା ୧୦୦% ଏଚୟୁଆଇଡି- ଅନୁପାଳନକାରୀ, ଯାହା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ଅସଲିପଣ ପ୍ରଦାନ କରୁଛି । ପ୍ରମାଣିକୃତ ହିରାଗୁଡିକ ୨୮-ପଏଣ୍ଟ ଯାଞ୍ଚ ମଧ୍ୟଦେଇ ଯାଉଛି ଏବଂ କିଣାଯାଉଥିବା ପ୍ରତ୍ୟେକ ଗହଣା ଏକବର୍ଷ ମାଗଣା ବୀମା ସହିତ ଆସୁଛି, ଏବଂ ସେଥିରେ ବର୍ଦ୍ଧିତ କଭରେଜ ଓ ୱାରାଣ୍ଟିର ଐଚ୍ଛିକ ବିକଳ୍ପ ରହିଛି । ବ୍ରାଣ୍ଡ୍ ମଧ୍ୟ ଗ୍ୟାରେଣ୍ଟି ଦେଉଛି ଯେ ତାହାର ସୁନା ଦାୟିତ୍ୱସମ୍ପନ୍ନ ଭାବରେ ସ୍ୱୀକୃତିପ୍ରାପ୍ତ ଚାନେଲଗୁଡିକରୁ ସଂଗ୍ରହ କରାଯାଉଛି, ଏବଂ ଏହା ନିଜର ସମୁଦାୟ ଯୋଗାଣ ଶୃଙ୍ଖଳରେ ନୈତିକ କାର୍ଯ୍ୟଭ୍ୟାସକୁ ସୁନିଶ୍ଚିତ କରୁଛି ।
ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ସମ୍ପର୍କରେ:
ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ୧୯୯୩ରେ ସ୍ଥାପିତ ହୋଇଥିଲା ଏବଂ ଏହା ଏକ ଅଗ୍ରଣୀ ବିବିଧକୃତ ଭାରତୀୟ ବ୍ୟବସାୟ ଗୋଷ୍ଠୀ ମାଲାବାର ଗ୍ରୁପ୍ର ଛାମୁଆ କମ୍ପାନୀ । ବାର୍ଷିକ ୬.୨ ବିଲିଅନ ଡଲାର କାରବାର କରୁଥିବା ଏହି କମ୍ପାନୀ ସମ୍ପ୍ରତି ବିଶ୍ୱସ୍ତରରେ ୬ଷ୍ଠ ସର୍ବବୃହତ ଜୁଏଲାରୀ ରିଟେଲର ଏବଂ ଡିଲଏଟ୍ର ଲକ୍ଜରୀ ଗୁଡ୍ସ୍ ୱର୍ଲଡ ର୍ୟାଙ୍କିଙ୍ଗରେ ୧୯ତମ ସ୍ଥାନରେ ରହିଛି । ଏହାର ୧୩ଟି ରାଷ୍ଟ୍ରରେ ୩୮୦ରୁ ଅଧିକ ସୋ’ରୁମ୍ ସହିତ ମଜଭୁତ ରିଟେଲ ନେଟୱର୍କ ରହିଛି ଏବଂ ତାହାସହିତ ଭାରତ, ମଧ୍ୟପ୍ରାଚ୍ୟ, ସୁଦୂର ପ୍ରାଚ୍ୟ, ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ରରେ ଏକାଧିକ କାର୍ଯ୍ୟାଳୟ, ଡିଜାଇନ ସେଣ୍ଟର, ହୋଲ୍ସେଲ ୟୁନିଟ ଏବଂ କାରଖାନା ରହିଛି । ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ୍ସ୍ ମଧ୍ୟ ଅନ୍ଲାଇନ ସୋ’ରୁମ୍ ଙ୍ଗଙ୍ଗଙ୍ଗ.ଜ୍ଞବକ୍ଷବଭବକ୍ସଶକ୍ଟକ୍ଷୟବଦ୍ଭୟୟସବଜ୍ଞକ୍ଟଦ୍ଭୟଗ୍ଦ.ମକ୍ଟଜ୍ଞ ରେ ଉପଲବ୍ଧ ହେଉଛି ।
ଇଏସ୍ଜି (ଏନଭେରିଓମେଣ୍ଟାଲ, ସୋସିଆଲ ଆଣ୍ଡ ଗଭର୍ଣ୍ଣାନ୍ସ) ଏବଂ ସିଏସ୍ଆର ଗ୍ରୁପ୍ ଆରମ୍ଭ ଦିନଠାରୁ ତାହାର ପ୍ରାଥମିକ ପ୍ରତିବଦ୍ଧତା ହୋଇ ରହିଆସିଛି । ମାଲାବାର ଗ୍ରୁପ୍ର ମୁଖ୍ୟ ଗୁରୁତ୍ୱ ପ୍ରଦାନକାରୀ କ୍ଷେତ୍ରଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ, ବାସଗୃହ, କ୍ଷୁଧାମୁକ୍ତ ବିଶ୍ୱ, ଶିକ୍ଷା, ପରିବେଶ ଏବଂ ମହିଳା ସଶକ୍ତିକରଣ ରହିଆସିଛି ଏବଂ ଏହା ଦାୟିତ୍ୱସମ୍ପନ୍ନତା ଏବଂ ଦୀର୍ଘସ୍ଥାୟିତା ନୀତିଗୁଡିକୁ ତାହାର ମୂଳ ବ୍ୟବସାୟ ସହିତ ସମନ୍ୱିତ କରିଛି ।
