ଆସିକା ପଣ୍ୟାଗାର କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା: ସମ୍ପୃକ୍ତ ମିଲେରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ..??

କବର ଦିଆ ଯିବକି ଉକ୍ତ ସଂଙ୍ଗୀନ ଘଟଣା କୁ…???

ରାଜନୈତିକ ଚାପ ଓ ଟଙ୍କା ଚାପ ରେ କର୍ମଚାରୀ ଙ୍କୁ ନ୍ୟାୟ ମିଳିଵତ…..!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ କର୍ଣ୍ଣଳି ସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ଗୋଦାମ ରେ କର୍ମଚାରୀ ଙ୍କୁ ମାଡ଼ ମାରିବା ଓ କୋଠରୀ ରେ ବନ୍ଦ କରିବା ଘଟଣା ଏବେ ନୂଆ ମୋଡ଼ରେ ତଦନ୍ତ। ଜଣେ ସରକାରୀ କର୍ମଚାରୀ ଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବାଧ୍ୟ କରିବା ସେ ଅମଙ୍ଗ ହେବା ପରେ ନା ନା ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା, ଧମକ ଚମକ ଦେବା କୁ ନେଇ ଉକ୍ତ କର୍ମଚାରୀ ଦୁଇ ଜଣ ମିଲେରଙ୍କ ଭିଡିଓ ନିଜ ମୋବାଇଲ ରେ ଉତ୍ତୋଳନ କରିଥିଲେ। ଯାହାକୁ ନେଇ ଉକ୍ତ ଦୁଇ ମିଲେର ଉତ୍ୟକ୍ତ ହୋଇ ଗାଲକୁ ଚାପୁଡ଼ା ମାରିବା ଓ ମୋବାଇଲ ଛଡେଇ ନେବାକୁ ଗୋଡେଇ ରୁମରେ ବନ୍ଦ କରି ଅଟକ ରଖିବାଓ ଭିଜୁଆଲ ଡିଲିଟ ନକରିଲେ ବାହାରକୁ ଗଲେ ମାଡ଼ ମାରିବା କୁ ଧମକ ଦେବା ର ଭିଡିଓ ଭାଇରଲ ହୋଇଛି। ଉକ୍ତ ଭାଇରଲ ଭିଡିଓ ସମ୍ପର୍କ ରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଯୋଗାଣ ବିଭାଗ ନିକଟରେ ଖବର ଥିଲେବି ଦୁଇ ଜଣ ମିଲେରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବାରେ ବିଳମ୍ବ ସମ୍ପର୍କ ରେ ଯୋଗାଯୋଗ କରିବାରୁ ଅଧିକାରୀ ମାନେ କୌଣସି ଉତ୍ତର ଦେବାକୁ ନାରାଜ। ମାର୍ଚ୍ଚର ଆଳ ଦେଇ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ମିଲେରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କରିବାରେ ବିଳମ୍ବ ହେଉଥିବା ଆଲୋଚନା ହେଉଛି। ଏ ସମସ୍ତ ଘଟଣା ସମ୍ପର୍କ ରେ ପୋଲିସ ନିକଟରେ ସମସ୍ତ ତଥ୍ୟ ଥିଲେବି କର୍ମଚାରୀଙ୍କ ଅଭିଯୋଗ ଓ ବିଭାଗୀୟ ଅଧିକାରିଙ୍କ ନିର୍ଦ୍ଧେଶ କୁ ଅପେକ୍ଷା କରାଯାଇଥିବା ଜଣେ ପୋଲିସ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ବର୍ତ୍ତମାନ ରାଜନୀତି କ ଚାପ ଏବଂ ଟଙ୍କା ଲାଳସା ରେ ଉକ୍ତ ଘଟଣା ନାଲି ଫିତା ତଳେ ଦବି ଯିବନିତ ବୋଲି ବିଭିନ୍ନ ଖଟିରେ ଚର୍ଚ୍ଚା ହେଲାଣି l ଦୁଇ ମିଲର ଘଟଣା କୁ ରଫାଦଫା କରିବାକୁ ରାଜନୈତିକ ଚାପ ଓ ଟଙ୍କା ପୁଳା ପୁଳା ଧରି ବୁଲୁ ଥିବା ଦେଖିବାକୁ ମିଳୁଛି l କିଛି ମଧ୍ୟସ୍ଥି ଏପରିକି କିଛି ଗୋଦି ମିଡ଼ିଆ କୁ ଉକ୍ତ ଦୁଇ ମିଲର ଘଟଣା କୁ ରଫାଦଫା କରିବାକୁ କାର୍ଯ୍ୟରେ ଲଗାଇଥିବା ବି ଚର୍ଚ୍ଚା ହେଉଛି l ଏଠାରେ ସୂଚନା ଥାଉକି ଏତେ ବଡ଼ ଘଟଣା ସରକାରୀ କର୍ମଚାରୀ କୁ ମାଡ଼ ମାରିବା ଏବଂ ନିୟମ ବିରୋଧ କାର୍ଯ୍ୟ କରିବାକୁ ବାଧ୍ୟ କରିବା ଘଟଣା କୁ ହାଲକା ଭାବରେ ଜିଲ୍ଲା ପ୍ରଶାସନ ନେବା କୁ ନେଇ ଅନେକ ସନ୍ଦେହ ଉଙ୍କି ମାରୁଛି.., କାହା ଚାପ ରେ ଜିଲ୍ଲା ପ୍ରଶାସନ ଦୁଇ ମିଲର ଙ୍କୁ ହାତ ମାରୁନି..? ଜଦି ଜିଲ୍ଲା ରେ ସରକାରୀ କର୍ମଚାରୀ ସୁରୁକ୍ଷିତ ନୁହନ୍ତି ତେବେ ସାଧାରଣ ଜନତା ଙ୍କୁ ପଚାରେ କିଏ..? ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଲାଣି l ଘଟଣା ର ଭିଡିଓ ଭାଇରଲ ପରେ ବି ପୋଲିସ ପ୍ରଶାସନ ମଧ୍ୟ ଚୁପ ବସିଛି l ଜଦି ଉକ୍ତ ସରକାରୀ କର୍ମଚାରୀ ଙ୍କ କିଛିବି ହୋଇ ଯାଏ ତେବେ ପୋଲିସ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥା ର କାରଣ ବି ହୋଇ ପାରେ ଏବଂ ସାଧାରଣ ଜନତା ପୋଲିସ ର କାର୍ଯ୍ୟକଳାପ ପ୍ରତି ଆଙ୍ଗୁଠି ଉଠାଇବା କୁ ବାଧ୍ୟ ହେବେ ତେଣୁ ପୋଲିସ ମଧ୍ୟ ଘଟଣା କୁ ନେଇ କାହା ଚାପ ରେ ଅଛି ତାହାବି ପ୍ରଶ୍ନ.. I ଉକ୍ତ ଦୁଇ ମିଲର କୁ ବର୍ତ୍ତମାନ ସୁଦ୍ଧା ଥାନା କୁ ଡକାଯାଉନି ତେଣୁ କେଉଁ ଅଦୃଶ୍ୟ ଶକ୍ତି ଦ୍ଵାରା ଦୁଇ ମିଲର ସୁରୁକ୍ଷିତ..?? କାମ ଦେଉଛି କି ପୁଳା ପୁଳା ଟଙ୍କା..? ଟଙ୍କା ବଳରେ କବର ଦିଆ ଯିବ କି ଉକ୍ତ ଘଟଣା କୁ ତାହା ସମୟ କହିବ….

nis-ad
Leave A Reply

Your email address will not be published.