୪୪ ଲୋକଙ୍କ ସହ ବୁଡିଗଲା ବୁଡ଼ାଜାହାଜ ‘ସିନ୍ଦବାଦ’, ୬ ମୃତ, ୨୯ ଉଦ୍ଧାର

add-all

କାଇରୋ : ଗୁରୁବାର (୨୭ ମାର୍ଚ୍ଚ) ସକାଳେ ଇଜିପ୍ଟର ଲୋହିତ ସାଗରର ହୁରଘାଡା ସହର ଉପକୂଳରେ ଏକ ପର୍ଯ୍ୟଟନ ବୁଡ଼ାଜାହାଜ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁକୁ ନିଶ୍ଚିତ କରାଯାଇଛି । ଏହି ୬ ଜଣଯାକ ରୁଷ ନାଗରିକ ବୋଲି ଜଣାପଡିଛି । ତେବେ କାଇରୋରେ ଥିବା ରୁଷ ଦୂତାବାସ ପକ୍ଷରୁ ଏପର୍ଯ୍ୟନ୍ତ ୪ ରୁଷ ନାଗରିକଙ୍କ ମୃତ୍ୟୁକୁ ସୁନିଶ୍ଚିତ କରାଯାଇଛି ।
ବିବିସି ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ ପ୍ରାୟ ୨୯ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଚାରି ଜଣ ଗୁରୁତର ଆହତଙ୍କ ସମେତ ଅନ୍ୟ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଲୋକ ନିଖୋଜ ଥିବା ଜଣାଯାଇଛି । ମିଶରର ହୁରଗାଡ଼ା ସହର ଉପକୂଳରେ ବୁଡ଼ିଯାଇଥିବା ଏହି ପର୍ଯ୍ୟଟନ ବୁଡ଼ାଜାହାର ନାମ ସିନ୍ଦବାଦ୍ ଥିଲା। ଗୁରୁବାର (୨୭ ମାର୍ଚ୍ଚ) ସକାଳେ ସମୁଦ୍ର କୂଳରେ ଥିବା ବନ୍ଦର ନିକଟରେ ବୁଡ଼ି ଯାଇଥିବା ଏହି ବୁଡ଼ାଇରେ ପ୍ରାୟ ୪୪ ଜଣ ଯାତ୍ରୀ ଥିଲେ। ଏହି ସମସ୍ତ ଯାତ୍ରୀ ରୁଷୀୟ ଥିବା କୁହାଯାଉଛି । ଏହି ଯାତ୍ରୀଙ୍କ ମଧ୍ୟରେ ଶିଶୁ ମଧ୍ୟ ଥିଲେ ବୋଲି ବିବିସି ରିପୋର୍ଟ କରିଛି । ସ୍ଥାନୀୟ ସମୟ ପୂର୍ବାହ୍ଣ ୧୦ଟା ସମୟରେ ଏହି ଅଘଟଣ ସମୁଦ୍ର କୂଳଠାରୁ ୦.୬ କିଲୋମିଟର ଦୂରରେ ସମୁଦ୍ର ମଧ୍ୟରେ ହୋଇଥିଲା ।

ad-week
Leave A Reply

Your email address will not be published.