ଜେଲ୍‌ରେ ରହିବେ ରାଣ୍ୟା, ତୃତୀୟ ଥର ପାଇଁ ଖାରଜ ହେଲା ଜାମିନ୍ ଆବେଦନ

add-all

ବେଙ୍ଗାଲୁରୁ: ସୁନା ଚୋରା ଚାଲାଣ ଅଭିଯୋଗରେ ଜେଲରେ ଥିବା କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ଏକ ବଡ଼ ଝଟକା ଲାଗିଛି। ୬୪ତମ ସିଟି ସିଭିଲ୍ ଆଣ୍ଡ୍ ସେସନ୍ସ କୋର୍ଟ (ସିସିଏଚ୍) ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି, ଯାହା ଫଳରେ ତାଙ୍କୁ ଏବେ ଜେଲରେ ରହିବାକୁ ପଡିବ। ପୂର୍ବରୁ, ତାଙ୍କ ଅପରାଧ ପାଇଁ ସ୍ୱତନ୍ତ୍ର କୋର୍ଟ ମଧ୍ୟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ତଳ କୋର୍ଟରୁ ଆଶ୍ୱସ୍ତି ନ ପାଇବା ପରେ, ଏବେ ତାଙ୍କ ପାଇଁ ଏକମାତ୍ର ବିକଳ୍ପ ହେଉଛି ହାଇକୋର୍ଟ। ରାଣ୍ୟାଙ୍କ ଓକିଲ ଖୁବ୍ ଶୀଘ୍ର ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ପ୍ରସ୍ତୁତ ହେଉଥିବା ଜଣାଯାଇଛି।
ରାଣ୍ୟା ରାଓଙ୍କ ଜାମିନ ଆବେଦନକୁ ଖାରଜ କରିବା ସମୟରେ, କୋର୍ଟ ଅନେକ ଗମ୍ଭୀର ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋର୍ଟ କହିଛନ୍ତି ଯେ, ତଦନ୍ତରୁ ଜଣାପଡିଛି ରାଣ୍ୟାଙ୍କ ମାମଲା ଏକ ଅନ୍ତର୍ଜାତୀୟ ଚୋରା ଚାଲାଣ ନେଟୱାର୍କ ସହିତ ଜଡିତ ହୋଇପାରେ, ଯାହା ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ। ତାଙ୍କ ବିରୋଧରେ ବିମାନ ଯାତ୍ରା ସମୟରେ କଷ୍ଟମ୍ ବ୍ୟାଗେଜ୍ ନିୟମ ଉଲ୍ଲଂଘନ କରିବାର ଅଭିଯୋଗ ଅଛି।ତଦନ୍ତକାରୀ ସଂସ୍ଥାଗୁଡ଼ିକ କୋର୍ଟରେ କହିଛନ୍ତି ଯେ ଯଦି ରାଣ୍ୟାଙ୍କୁ ଜାମିନ ମିଳେ, ତେବେ ସେ ପ୍ରମାଣ ନଷ୍ଟ କରିପାରିବେ। ତାଙ୍କ ବିରୋଧରେ ୨୮% କଷ୍ଟମ୍ସ ଡ୍ୟୁଟି ଠକେଇ ଅଭିଯୋଗ ହୋଇଛି, ଯାହା ଫଳରେ ସରକାରଙ୍କୁ ୪.୮୩ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଜାମିନ ମିଳିଲେ ସେ ଦେଶ ଛାଡ଼ି ପଳାଇ ପାରନ୍ତି। ଏହି ସବୁ ଦିଗକୁ ଦେଖି କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଥିବା କହିଛନ୍ତି।

ad-week
Leave A Reply

Your email address will not be published.