ବିନା ୱାଇ ଫର୍ମ ରେ ପୋଲିସ ଓ ରାଜସ୍ବ ବିଭାଗ ର ନାକ ତଳେ ଚାଲିଛି ଚୋରା ବାଲି ଚାଲାଣ ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଡିଜିପିଙ୍କ ତାଗିତ କୁ ବେଖାତିରି କରି ଦିନ ରାତି ଚୋରା ବାଲି ଚାଲାଣ ହେଉଛି ଯାହାକି ପ୍ରଶାସନ ର ନିଘାରେ । ସଞ୍ଜ ନଇଁଲେ ଋଷିକୂଲ୍ୟା ଓ ବଡ ନଦୀରୁ ସୁନା ପିଲା ଭଳି ଧାଡ଼ି ଧାଡ଼ି ହୋଇ ବାଲି ବୋଝେଇ ହାଇୱା, ଟିପର ଓ ଟ୍ରକରେ ବାଲି ବେଧଡକ ଚୋରା ଚାଲାଣ ହେଉଛି । ପ୍ରଶାସନ ଧର୍ମକୁ ଆଖି ଠାର ଭଳି ଟ୍ରାକ୍ଟର କୁ ଜବତ କରି ବାଃ ବାଃ ନେଉଥିବାର ନଜିର ଦେଖିବାକୁ ମିଳୁଛି। ଖଣି ଓ ରାଜସ୍ୱ ବିଭାଗ ପାଖରେ କେବଳ କାଗଜ କଲମରେ ୱାଇ ଫର୍ମ ରେ ଏସବୁ ବାଲି ବୋଝେଇ ଗାଡ଼ି ଯାଉଥିବା ସଫେଇ ଦିଆଯାଉଛି। ଏସବୁ ଖୁଲାମ ଖୁଲା କାରବାର ପଛରେ ନେତା ଓ ବାବୁ ମାନଙ୍କ ସମ୍ପୂର୍ଣ୍ଣ ସହ ଯୋଗ ଥିବା ଯୋଗୁଁ ପ୍ରଶାସନ ର ଆଖି ସାମନ୍ନା ରେ ବାଲି ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି।ଯେଉଁ ବାଲି ଘାଟର ନାଁ ରେ ୱାଇ ଫର୍ମ ରହିଛି ସେ ଘାଟରେ ଦୈନିକ ମାତ୍ର ଗୋଟିଏ ୱାଇ ଫର୍ମ ରେ ଦିନରେ ଚାରି ପାଞ୍ଚ ଥର ବାଲି ଚାଲାଣ ହେଉଛି। ଏ ରହସ୍ୟ ସ୍ଥାନୀୟ ନେତା ପୋଲିସ,ତହସିଲଦାର ଓ ଖଣି ବିଭାଗ ର ଆଶୀର୍ବାଦ ରେ ହେଉଥିବା ଚର୍ଚ୍ଚା ହେଉଛି।ପୋଲିସ ସାହସ କରି ଉକ୍ତ ଚୋରା ଗାଡ଼ିକୁ ହାତ ମାରିଲେ ଉପରୁ ନିର୍ଦ୍ଧେଶ ଆସେ ସାର ସେ ଗାଡ଼ି ଆମ ଭାଇନାଙ୍କ ଟିକେ ଦେଖିବେ ବୋଲି ଏକଥା ସାଧାରଣ ରେ ବାହାରେ ଆଲୋଚନା ହେଉଛି। ପୋଲିସ ସିଂଘ ଧରୁଛି ଖଣି, ରାଜସ୍ୱ ବିଭାଗ କ୍ଷୀର ପିଉଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ର ବିଷୟ ହେଇଛି। ଦେଖା ଯାଉ ରାଜ୍ୟ ମୁଖିଆ ବଡ଼ ବାବୁଙ୍କ ଫର୍ମାନ କେବେ କାମ ଦେଉଛି, ତାହା ସମୟ ସଫେକ୍ଷ l ସୂଚନା ଥାଉକି ବର୍ତ୍ତମାନ ଗଞ୍ଜାମ ବାଲି ସୁନା ଦରରେ ବିକ୍ରି ହେଉଛି ଏଥିରେ ବି ପ୍ରଶାସନ ର କୌଣସି ଲଗାମ ନାହିଁ କାରଣ ପ୍ରଶାସନ ର ମଧ୍ୟ ଏଥିରେ ଭାଗ ରହିଛି ବୋଲି ସାଧାରଣ ରେ ଚର୍ଚ୍ଚା l ସାଧାରଣ ଓ ଗରିବ ଶ୍ରେଣୀର ଲୋକ ଘରଟିଏ ପାଇଁ ବାଲି ପାଇଁ ଡହଳ ବିକଳ ହେଉଛନ୍ତି l ମାଫିଆ ମାନେ ବାଲୁ ଘାଟ ରୁ ବାଲି ଆଣି ଗୋଟିଏ ଜାଗାରେ ଗଛିତ କରି ରଖି ଏହାକୁ ଅତି ଚଢା ଦରରେ ବିକ୍ରୀ କରୁଛନ୍ତି ପ୍ରଶାସନ ସବୁ ଜାଣି ନୀରବ l ଜଦି କୌଣସି ବୁଦ୍ଧିଜୀବୀ କିମ୍ବା ସାଧାରଣ ବ୍ୟକ୍ତି ଏହାକୁ ନେଇ ଖବର ପ୍ରଶାସନ କୁ ଦିଏ ତେବେ ଏହି ଖବର ସଙ୍ଗେ ସଙ୍ଗେ ଉକ୍ତ ମାଫିଆ ପାଖରେ ପହଞ୍ଚି ଯାଏ ଏବଂ ଖବର ଦାତା କୁ ମିଳେ ଧମକ l କଥା ରେ ଅଛି ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ ନ୍ୟାୟ ରେ ଚାଲିଛି ମାଫିଆ ମାନଙ୍କ ରାଜ ଏଠାରେ ସାଧାରଣ ଜନତା ଜଳକା l ସୂଚନା ଥାଉକି ଗତ କିଛିଦିନ ତଳେ ଆସିକା ବିଧାୟକ ଙ୍କ ଜଣେ ବାଲି ଗୁତାଧାରୀ ଙ୍କୁ ବଟି ମାଗିବା ଓଡ଼ିଓ ଭାଇରଲ ଘଟଣା ବାଟରୁ ଯାଇ ହାଟରେ ଗଡ଼ିଲା ସମଗ୍ର ଓଡିଶା ରେ, ଘଟଣା ଯାଞ୍ଚ ପାଇଁ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ କୁ ହସ୍ତାନ୍ତର କରାଯାଇ ଥିଲା କିନ୍ତୁ ଉକ୍ତ ତଦନ୍ତ ଶୀତଳ ଭଣ୍ଡାର ରେ ରହିଗଲା l ତେଣୁ ଏଠାରେ ମୁଖ୍ୟ ମାଫିଆ ହେଉଛନ୍ତି ପ୍ରଶାସନ ଏହିମାନେ ହେଉଛନ୍ତି ମାଫିଆ ମାନଙ୍କ ସର୍ଦାର ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଗଞ୍ଜାମ ଜିଲ୍ଲାର ଜଣେ ଜଣେ ସରକାରୀ ବାବୁ ଜଣେ ଜଣେ କୁବେର l ତୁଚ୍ଛା ଟାରେ ଏଠାରେ ଏଣ୍ଡୁଅ ବଦନାମ l ତେଣୁ ରାଜ୍ୟର କୌଣସି ନିୟମ ଜିଲ୍ଲାରେ କାମ ଦେଉନି ତାହା ସ୍ପଷ୍ଟ ବାରିହୋଇ ପଡୁଛି.. I
