ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ଶାସକ ଓ ବିରୋଧୀ ବିଧାୟକଙ୍କ ଦାବି

ଭୁବନେଶ୍ୱର : ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ଦାବି କଲେ ବିଧାୟକ । ଉଭୟ ଶାସକ ଓ ବିରୋଧୀ ବିଧାୟକ ଦରମା ବୃଦ୍ଧି ଦାବି କରିଛନ୍ତି । ବିଧାୟକଙ୍କ ଦରମା ବୃଦ୍ଧି ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ଦାବି କରିଛନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ପ୍ରମିଳା । ବଜାର ଦର ଓ ମେଡିକାଲ୍ ଖର୍ଚ୍ଚ ବଢ଼ିଲାଣି । ତେଣୁ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଦାବି କରିଛନ୍ତି ।

ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ମଧ୍ୟ ଦାବି ରଖିଥିଲେ । ଶାସକ ଦଳ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବି ଦରମା ଓ ପେନସନ ବୃଦ୍ଧି ପାଇଁ ଦାବି କରିଥିଲେ । କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ କହିଛନ୍ତି ପୂର୍ବତନ ବିଧାୟକଙ୍କ ଅବସ୍ଥା ବେଶ ଶୋଚନୀୟ । ଚଳିବାକୁ ଭାରି କଷ୍ଟ ହେଉଛି । କିଛି ପୂର୍ବତନ ବିଧାୟକଙ୍କର ଘର ଖଣ୍ଡେ ନାହିଁ । ବିଧାୟକମାନଙ୍କୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅର୍ଥ ଆବଶ୍ୟକ ହେଉଛି । ତେଣୁ ଦରମା ଓ ପେନସନ ବୃଦ୍ଧି କରାଯାଉ  ।

nis-ad
Leave A Reply

Your email address will not be published.