ଯାଜପୁରରେ ସର୍ବାଧିକ ୨୬୯ ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ଘଟଣା

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ କହିଛନ୍ତି, ଗତ ୨୦୨୪ ଜୁନ୍‌ରୁ ୨୦୨୫ ଫେବ୍ରୁଆରି ଶେଷ ସୁଦ୍ଧା ସର୍ବମୋଟ ୨୪୮୩ଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ଘଟଣା ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି। ତେବେ ଏହି ମାମଲାଗୁଡ଼ିକର ତଦନ୍ତ ଉପ ଆରକ୍ଷୀ ଅଧିକ୍ଷକ(ଡିଏସପି) ପାହ୍ୟାରେ କରାଯାଉଛି। ସର୍ବାଧିକ ଯାଜପୁରରେ ୨୬୯, କଟକରେ ୧୫୯, ଜଗତସିଂହପୁରରେ ୧୫୭ଟି ନିର୍ଯାତନା ଘଟଣା ଘଟିଛି। ତଦନ୍ତକାରୀ ଅଫିସର ଓ ଜଣେ ରାଜସ୍ୱ ବିଭାଗର ଅଫିସରଙ୍କ ଦ୍ୱାରା ମିଳିତ ଅନୁସନ୍ଧାନ ନିର୍ଦ୍ଧାରିତ ସମୟସୀମାରେ କରାଯିବ ।

୨୦୨୪ ଜୁନ୍‌ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେଉଁ ଜିଲ୍ଲାରେ କେତୋଟି ଅନୁସୂଚିତ ଜନଜାତି ଓ ଜାତି ନିର୍ଯାତନା ଘଟଣା ସାମ୍ନାକୁ ଆସିଛି ? ଏହାର ପ୍ରତିକାର ପାଇଁ ସରକାର କି ପ୍ରକାର ପଦକ୍ଷେପ ନେଇଛନ୍ତି ସେ ଗୃହରେ ତଥ୍ୟ ଦେବାକୁ ପ୍ରଶ୍ନ କରିଥିଲେ ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ। ଏହାକୁ ନେଇ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉକ୍ତ ଉତ୍ତର ରଖିଛନ୍ତି।

ଗତ ୨୦୨୪ ଜୁନ୍‌ରୁ ୨୦୨୫ ଫେବ୍ରୁଆରି ଶେଷ ସୁଦ୍ଧା ସର୍ବମୋଟ ୨୪୮୩ଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ଘଟଣା ରାଜ୍ୟର ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି । ତେବେ ଏହି ମାମଲାଗୁଡ଼ିକର ତଦନ୍ତ ଉପ ଆରକ୍ଷୀ ଅଧିକ୍ଷକ(DSP) ପାହ୍ୟାରେ କରାଯାଉଛି । ସର୍ବାଧିକ ଯାଜପୁରରେ ୨୬୯, କଟକରେ ୧୫୯, ଜଗତସିଂହପୁରରେ ୧୫୭ଟି ନିର୍ଯାତନା ଘଟଣା ଘଟିଛି । ତଦନ୍ତକାରୀ ଅଫିସର ଓ ଜଣେ ରାଜସ୍ୱ ବିଭାଗର ଅଫିସରଙ୍କ ଦ୍ୱାରା ମିଳିତ ଅନୁସନ୍ଧାନ ନିର୍ଦ୍ଧାରିତ ସମୟସୀମାରେ କରାଯିବ । ପୀଡ଼ିତ ବା ପୀଡ଼ିତାଙ୍କୁ ଉପଯୁକ୍ତ ଆର୍ଥିକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

nis-ad
Leave A Reply

Your email address will not be published.