ଓରେରା ଅଧ୍ୟକ୍ଷ ହେଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ

add-all

ଭୁବନେଶ୍ଵର: ଗୋପାଳ ଚନ୍ଦ୍ର ପଟ୍ଟନାୟକ ହେଲେ ଓରେରା ଅଧ୍ୟକ୍ଷ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ପୂର୍ବରୁ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଓରେରା ସଦସ୍ୟ ଥିଲେ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଗୋପାଳ ପଟ୍ଟନାୟକ ।

ଅବସରପ୍ରାପ୍ତ ଆଇଏଫଏସ୍ ଅଧିକାରୀ ତଥା ଓରେରା ଅଧ୍ୟକ୍ଷ ପଦରେ ଥିବା ସିଦ୍ଧାନ୍ତ ଦାସ ଅବ୍ୟାହତି ନେବା ପରେ ପଦ ଖାଲିପଡ଼ିଥିଲା। ଓରେରା ଅଧ୍ୟକ୍ଷ ଥିବା ଶ୍ରୀ ଦାସ ୨୦୨୩ ଡିସେମ୍ବରରେ ସିଇସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ସେବେଠୁ ଶ୍ରୀ ଦାସ ଉଭୟ ଓରେରା ଓ ସିଇସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଫେବ୍ରୁଆରି ୨୮ରୁ ତାଙ୍କ ଇସ୍ତଫା ଗୃହିତ ହେବା ପରେ ପଦବୀ ଖାଲି ପଡିଥିଲା । ଏବେ ସେହି ଦାୟିତ୍ଵ ତୁଲାଇବେ ଗୋପାଳ ଚନ୍ଦ୍ର ପଟ୍ଟନାୟକ ।

ad-week
Leave A Reply

Your email address will not be published.