ସୀମାନ୍ତ କୋଟିଆ ପଞ୍ଚାୟତ ସମୁହରେ ପାଳନହେଲା ଓଡ଼ିଶା ଦିବସ 

add-all

ପଟ୍ଟାଙ୍ଗି,୧।୪ : ଗତ କିଛିଦିନ ହେଲା କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାକୁ ନେଇ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁପଞ୍ଚାୟତ ସଦର ମହକୁମାରେ ଓଡ଼ିଶା ଦିବସ ପାଳନ କରି କଡା ଜବାବ ଦେଇଛି ।

ସୂଚନା ମୁତାବକ ସାରା ଦେଶରେ ଓଡ଼ିଶା ଦିବସ ପାଳନ କରା ଯାଉଥିବା ବେଳେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ମଧ୍ୟ ଏହାକୁ ପାଳନ କରିଛି । ବିଡିଓ ରାମକୃଷ୍ଣା ନାୟକ ଜିଲା ପ୍ରଶାସନ ସହଯୋଗରେ ଉକ୍ତ ପଞ୍ଚାୟତରେ ସୀମାନ୍ତ ଗ୍ରାମବାସୀଙ୍କୁ ଏକାଠି କରି ଓଡ଼ିଶା ଦିବସ ପାଳନ କରି ଓଡ଼ଆ ଭାଷାକୁ ସୀମାନ୍ତ ବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ କରିଛି ।

ଏହିପରି ସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ରାମଚନ୍ଦ୍ର କାଡାମ , କୋରାପୁଟ ବିଧାୟକ ରଘୁରାମ ମାଛ , ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ଜିଲାପାଳ ଭି କୀର୍ତ୍ତି ୱାସନ, ଉପଜିଲାପାଳ ପ୍ରେମ ଲାଲ ହିଆଲ, ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗି, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ସରପଞ୍ଚ ଲିୟୁ ଗେମେଲ, ଜଲା ପରିଷଦ ସଭ୍ୟା ଟିକାଇ ଗେମେଲ , ଜିଲା ପରିଷଦ ସଭ୍ୟ ଲଇଚନ ଖରା, ପୁର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ତତ୍କାଳୀନ ଜିଲାପାଳ ଗଦାଧର ପରିଡ଼ା , ସିଡିଓ ବେଣୁଧର ଶବର ଏବଂ ଏମ୍‌ପି ପ୍ରତିନିଧି ଶୁକ୍ରାଖରା ପ୍ରମୁଖ ଉପସ୍ଥିତ ରହି ଓଡିଆ ଭାଷା ପ୍ରଚାରକୁ ଗୁରୁତ୍ୱ ଦେଇଥିଲେ । ଉକ୍ତ ଓଡିଶା ଦିବସ କାର୍ଯ୍ୟକ୍ରମରେ ଉପରୋକ୍ତ ଅତିଥି ଉପସ୍ଥିତ ରହି ଉପସ୍ଥିତ ସୀମାନ୍ତ ବାସୀଙ୍କୁ ପଡୋଶୀ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ କରିବା ପାଇଁ କାହିଁକି ଆମେ ସୁଯୋଗ ଦେଉଛୁ ? ପଞ୍ଚାୟତରେ ଆଜି ଯଦି ଉନ୍ନତି ହୋଇ ପାରିଛି କୋରାପୁଟ ଜିଲା ପ୍ରଶାସନ  ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ସହଯୋଗ କରି ଚାଲିଛନ୍ତି । ତେଣୁ ଏହିପରି ସ୍ଥିତିରେ ସମସ୍ତ ସୀମାନ୍ତ ବାସୀ

ବୁଝିବା ଆବଶ୍ୟକ ରହିଛି ଏବଂ୧୯୬୧/୬୨ ମସିହାରେ କୋଟିଆକୁ ନେଇ ଆନ୍ଧ୍ର ରାଜ୍ୟ ସରକାର ସହ ପୁର୍ବତନ ବିଧାୟକ ପାଙ୍ଗି ମୁସୁରି ସାନ୍ତା ଯୁକ୍ତିତର୍କ କରି ଓଡ଼ିଆ ଭାଷା ଓଡିଶା ମାଟିକୁ ସୁରକ୍ଷା ଦେବାକୁ ସଂଗ୍ରାମ ଜାରି ରଖିଥିଲେ ବୋଲି ପୁର୍ବତନ ଏମ୍‌ପି ପାଙ୍ଗି ନିଜ ଅଭିଭାଷଣ ପ୍ରକାଶ କରି ବର୍ତ୍ତମାନ ସୀମା ବିବାଦ ପରି ସମୟରେ ଜିଲା ପ୍ରଶାସନ ପକ୍ଷରୁ ଏହିପରି ସୀମାନ୍ତ କୋଟିଆ ଓଡ଼ିଶା ଦିବସ ପାଳନ ଆୟୋଜନ କରି ସାରା ରାଜ୍ୟରେ ଉଧାହରଣ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ ।

ad-week
Leave A Reply

Your email address will not be published.