ଛତ୍ରପୁରରେ ୯୦ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ, ଉଲେଖନୀୟ କାର୍ଯ୍ୟ ପାଇଁ ୫ ପୁରସ୍କୃତ

ଛତ୍ରପୁର : ଛତ୍ରପୁର ପୁଲିସ ପଡିଆ ଠାରେ ୯୦ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଗଞ୍ଜାମ ପୁଲିସ ଜିଲା ଏସପି ଶୁଭେନ୍ଦୁ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ ଆଜିର ଦିବସ ଓଡିଶା ପୁଲିସ ପାଇଁ ଗର୍ବ ଓ ଗୌରବର ଦିବସ। ଜନସାଧାରଣଙ୍କ ସେବା ମନଭାବ ନେଇ ପୁଲିସ ନିଜକୁ ଉତ୍ସର୍ଗ କରିବା ଦରକାର । ଏହି ସଙ୍କଳ୍ପ ହିଁ ହେବ ଆମମାନଙ୍କ ପାଇଁ ସହିଦ୍‌ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ପ୍ରକାଶ କରିଥିଲେ।
ଏବେ ପୁଲିସର ଦିନକୁ ଦିନ ତାର ଦାୟିତ୍ୱ ବଢ଼ି ଯାଇଛି। ପୁଲିସ ସବୁ ଚ୍ୟାଲେଞ୍ଜ କୁ ସଫଳତା ସହ ମୁକାବିଲା କରୁଛି। ଧନଜୀବନ ଓ ଆଇନଶୃଙ୍ଖଳା ରକ୍ଷା କାର୍ଯ୍ୟ ପୁଲିସ କାର୍ଯ୍ୟକାରୀ କରି ଆସୁଛି। ପୁଲିସ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ କାର୍ଯ୍ୟକରି ଲୋକଙ୍କୁ ସୁରକ୍ଷା ଯୋଗାଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ମଧ୍ୟ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଆଇନଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ କରୁଛି ପୁଲିସ। ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ହେଉଛି ଆମ୍ଭର ପ୍ରଥମ ଧର୍ମ। ୧୯୩୬ ମସିହାରୁ ଏହି ଦିବସ ପାଳନ କରାଯାଉଅଛି ବୋଲି ପ୍ରକାା କରିଥିଲେ। ଏହି ଅବସରରେ ଏସପି ଶ୍ରୀ ପାତ୍ର ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ।
ସମାରୋହରେ ରିଜର୍ଭ ଇନିସପେକ୍ଟର ଅମୁଲ୍ୟ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ପ୍ୟାରେଡ୍ ପରିଚାଳନା କରିଥିବା ବେଳେ ସରଜେଣ୍ଟ ବିକାଶ କୁମାର ସେନାପତି ସହଯୋଗ କରିଥିଲେ। ଏହି ସମାରୋହରେ ଗଞ୍ଜାମ ପୁଲିସ ଜିଲ୍ଲାରେ କର୍ତ୍ତବ୍ୟନିଷ୍ଠା ଓ ସାହସିକତା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରିଥିବା ୫ଜଣ ଙ୍କୁ ପୁରସ୍କୃତ କରାଯାଇଥିଲା।
ସବ୍‌-ଇନ୍ସପେକ୍ଟର ଶୁଭ୍ରଜିତ ସାମନ୍ତରାୟ, ଏଏସଆଇ ସୁମନ୍ତ କୁମାର ବେହେରା, ହାବିଲଦାର ବି. କାମରାଜୁ ଦୋରା, ଏପିଆର କନଷ୍ଟେବଳ ଟୁନା ମଲ୍ଲିକ ଓ କନଷ୍ଟେବଳ ଦିଲ୍ଲୀପ କୁମାର ବେହେରାଙ୍କୁ ଏସ୍‌ପି ସମ୍ମାନିତ କରିବା ସହ ପୁରସ୍କୃତ କରିଥିଲେ। ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ଚିନ୍ମୟ କୁମାର ନାୟକ, ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ , ସଂପାଦକ ସୁବାସ ସେଠୀ, ରାବଣା ରାଓ ଙ୍କ ସମେତ ବହୁ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.