ଗଞ୍ଜାମ ଜିଲ୍ଲାର ଅପମିଶ୍ରଣ ପାଉଚ ମଦ ର ଚାହିଦା ବେଶୀ..

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ବେଆଇନ ନିଶା କାରବାର ଦିନକୁଦିନ ବୃଦ୍ଧି ହେଉଛି।ଜିଲ୍ଲାରେ ଅବକାରୀ ବିଭାଗ ଦ୍ଵାରା ନିଲାମ ପ୍ରାପ୍ତ ଦେଶୀମଦ ଦୋକାନରେ ସ୍ଵୀକୃତିପ୍ରାପ୍ତ ଦେଶୀମଦ ବିକ୍ରି ହେଉନାହିଁ । ଏହାର ସୁଯୋଗ ନେଇ ମଦ ମାଫିଆ ମାନେ ପଡୋଶୀ ଗଞ୍ଜାମ ଜିଲ୍ଲାରୁ ଅପମିଶ୍ରିତ ଦେଶୀମଦ ପାଉଚ ଆଣି ବିକ୍ରି କରୁଛନ୍ତି । ଦୀର୍ଘ ଦିନ ଧରି ଏହି ବେଆଇନ ମଦ ଗଞ୍ଜାମ ଜିଲ୍ଲାରୁ ନୟାଗଡ଼ ଜିଲ୍ଲା ର କୋଣ ଅନୁକୋଣ ଅବାଧ ରେ ଖୁଲାମ ଖୁଲା ବିକ୍ରି ହେଉଛି। ଏଠାକାର ଅବକାରୀ ଓ ପୋଲିସ ବାବୁ ମାନଙ୍କୁ ମଦ ମାଫିଆ ମାନେ ସାଇଲେନ୍ସ ପ୍ଲିଜ କରିଥିବା ଯୋଗୁଁ ବାବୁ ମାନେ ଏହି ଚୋରା କାରବାକୁ ସହଯୋଗ କରୁଥୁବା ଚର୍ଚ୍ଚା ହେଉଛି।ସୂଚନା ଅନୁଯାୟୀ ଗଞ୍ଜାମ ର ଆସିକା ଓ ବାଲିପଦର ଅଞ୍ଚଳ ରୁ ଦେଶୀମଦ ପାଉଚ ଗୁଡିକୁ ସ୍ୱଳ୍ପ ଟଙ୍କାରେ କିଣି ନୟାଗଡ଼ରେ ଚଢ଼ା ଦରରେ ବିକ୍ରି ହେଉଛି । କେବଳ ସରକାରୀ କାଗଜ କଲମରେ ଆସ୍କା – ୪୦ ଫୋର୍ଟି ବେପାର ହେଉଥିବା ବେଳେ ବାସ୍ତବରେ ଅପମିଶ୍ରିତ ପାଉଚ ମଦ ବିକ୍ରି ହେଉଛି । ମଦ ମାଫିଆ ମାନେ ମାସିକ ଚାନ୍ଦା ଦେଇ ସେମାନଙ୍କର କାରବାର ବୃଦ୍ଧି କରିବାରେ ଲାଗିଛନ୍ତି। ଜିଲ୍ଲାର ଅନେକ ଢ଼ାବା ରେ ବେଆଇନ ମଦ କାରବାର ଚାଲିଛି ଏପରିକି ଛୋଟିଆ ଛୋଟିଆ ପାନ ଦୋକାନ ରେ ବେଆଇନ ଭାବେ ମଦ ବିକ୍ରି ହେଉଛି ବୋଲି ସାଧାରଣ ରେ ଅଭିଯୋଗ ଆସୁଛି l ସେହିପରି ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ କାରବାର ଦିନକୁ ଦିନ ବୃଦ୍ଧି ପାଇଛି। ସମ୍ଭ୍ରାନ୍ତ ପରିବାର ଯୁବ ପୀଢ଼ି ଏବେ ବ୍ରାଉନ ସୁଗାର ଭଳି ମାରାତ୍ମକ ନିଶା ରେ ଚୁର ମାର ହେଉଥିବା ଆଲୋଚନା ହେଉଛି। ଓଡ଼ଗାଁ ର ରଙ୍ଗଣି ପାଟଣା ଛକ, ରଘୁନାଥ ମନ୍ଦିର ପାର୍ଶ୍ଵ, ଦଲକ ଛକ, ଇଞ୍ଜିନିୟରିଂ କଲେଜ ଛକ ନିକଟରେ ନିୟମିତ ବ୍ରାଉନ ସୁଗାର କାରବାର ହେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି। ରାତାରାତି କୋଟିପତି ହେବା ସ୍ୱପ୍ନରେ କେତେକ ଅପରାଧୀ ଏହି ବେଆଇନ ନିଶା କାରବାର ଚଳାଉଛନ୍ତି। ଜିଲ୍ଲା ପ୍ରଶାସନ ସବୁ ଜାଣି ବଟି ନେଇ ଚୁପ ବର୍ତ୍ତମାନ ମଦ ମାଫିଆ ଙ୍କ ଚରାଭୂଇଁ ପାଲଟିଛି ନୟାଗଡ ଜିଲ୍ଲା l ସୂଚନା ଥାଉକି ଶରଣକୁଳ ଲଡୁବାବା ମନ୍ଦିର ନିକଟସ୍ଥ ଗଳି, ନରେନ୍ଦ୍ର ପୁର, ହରିହର ପୁର ଛକ, ଶିଖରପୁର ଛକ, ବଡ଼ପୁଟ ଛକ, ଗୋଡ଼ିପଡା ରେ ବହୁ ମାତ୍ରାରେ ବ୍ରାଉନ ସୁଗାର ବେପାର ଚାଲିଛି ବୋଲି ଅଭିଯୋଗ ଆସୁଛି । ଏହାଦ୍ବାରା ବହୁ ଛାତ୍ର ଓ ଯୁବପିଢି ଏହି ନିଶାକୁ ବ୍ୟବହାର କରି ଅବାଟ କୁ ଯିବା ସହିତ ବହୁ ଅପରାଧ ମୂଳକ କାର୍ଯ୍ୟ କରୁଛନ୍ତି । ଏହି ବେଆଇନ ନିଶା କାରବାରକୁ ବନ୍ଦ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଗଞ୍ଜାମ ଜିଲ୍ଲାରୁ ରୀତିମତ ପାଉଚ ମଦ ନୟାଗଡ଼ ଜିଲ୍ଲାକୁ ଗଳା ବାଟ ଦେଇ ବାବୁ ମାନଙ୍କ ଆଶୀର୍ବାଦ ରୁ ଆସୁଥିବା ନେଇ ଚର୍ଚ୍ଚା ହେଉଛି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି… I
