ଝରନଗୁଡା ଗ୍ରାମବାସୀ ବିଜୁଳି ଆଲୋକ ଦେଖିଲେ

add-all

ବ୍ରହ୍ମପୁର : ଅଦ୍ୟ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅମଲାଭଟା ଗ୍ରାମ ପଞ୍ଚାୟତ ର ଝରନଗୁଡା ଗ୍ରାମବାସୀ ବର୍ତ୍ତମାନ ସୁଦ୍ଧା ବିଦ୍ୱତ ଆଲୋକ ବ୍ୟବସ୍ଥା ଠାରୁ ବଞ୍ଚିତ ରହି ପାରମ୍ପାରିକ ଦୀପ ଆଲୁଅରେ ଜୀବନ କାଟୁଥିଲେ।ଅନେକ ଦିନରୁ ଅନେକ ଥର ଜନପ୍ରତିନିଧି, ଅଧିକାରୀ ଙ୍କୁ ଗୁହାରି କରି ବିଫଳ ହୋଇଥିଲେ।ଶେଷରେ ବର୍ତ୍ତମାନର ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି ଙ୍କୁ ମଧ୍ୟ ଦାବି ଜଣାଇଥିଲେ। ଗ୍ରାମବାସୀଙ୍କ ଦାବି ଶୁଣି ଅପହଞ୍ଚ ଗ୍ରାମରେ ବିପଦ ସଂକୁଳ କାଠ ପୋଲ ଡେଇଁ ମୋଟର ସାଇକେଲରେ ଗାଁ କୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ବିଜୁଳି ଯୋଗାଇ ଦେବାର ପ୍ରତିଶୃତି ଦେଇ ଫେରି ଥିଲେ ଯାହାକି ଆଜି ଅନୁଷ୍ଠାନିକ ଭାବେ ବିଧାୟକ ଶ୍ରୀ ମାଝୀ ତାଙ୍କ କରକମଳ ରେ ଶୁଭ ଉଦ୍ଘାଟନ କରି ଅନ୍ଧାର କୁଡ଼ିଆରେ ଆଲୋକର ବ୍ୟବସ୍ଥା କରି ଗ୍ରାମବାସୀ ଙ୍କ ଅନେକ ଦିନର ଦାବୀ କୁ ପୁରଣ କରିଛନ୍ତି ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଖଟେଇ, କନିଷ୍ଠ ଯନ୍ତ୍ରୀ ଭରତ ତନ୍ତି, ଏସ୍ ଡି ଓ, ଜେ.ଏସ୍.ଏନ ଆଚାରୀ, ସଚିନ ମହାରଣା ପାର୍ଟି ର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.