ଭୁବନେଶ୍ୱର : ପୁଣି ରାଜଧାନୀରେ ବୁଲିଲା ଖଣ୍ଡା । ପାତ୍ରପଡ଼ାରେ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଚାରି ଛକ ନିକଟରେ ୨ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ । ଗୁରୁତର ଦୁଇ ଯୁବକ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ହଣାକଟା ହୋଇଥିବା ସୂଚନା ମିଳିଛି । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳ ପରିଦର୍ଶନ ସହ ଛାନଭିନ କରିଛି । କମେଣ୍ଟ ମରା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି । ତେବେ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଖଣ୍ଡଗିରି ପୋଲିସ ସୂଚନା ଦେଇଛି ।
