ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ଯିବେ ଦିଲ୍ଲୀ ଏମ୍ସ

add-all

ପାଟନା: ବିଗିଡ଼ିଲା ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା। ଦିଲ୍ଲୀ ଯିବାକୁ ପରାମର୍ଶ ଦେଲେ ପାଟନା ଡାକ୍ତର। କୁହାଯାଉଛି ଯେ, ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଲାଲୁ ଯାଦବ ଦିଲ୍ଲୀ ଯିବାକୁ ଘରୁ ବାହାରିଥିଲେ। କିନ୍ତୁ ବିମାନବନ୍ଦର ଯିବା ପରିବର୍ତ୍ତେ ସେ ହଠାତ୍ ପାରସ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରୁ ସେ ବିମାନବନ୍ଦରକୁ ଯିବେ ବୋଲି ଜଣାପଡ଼ିଛି। ଆରଜେଡି ମୁଖ୍ୟଙ୍କ ସହିତ ତାଙ୍କ ପତ୍ନୀ ରାବଡୀ ଦେବୀ ଏବଂ ତେଜସ୍ୱୀ ଯାଦବ ଉପସ୍ଥିତ ଥିବା ସାମ୍ନାକୁ ଆସିଛି।

କୁହାଯାଉଛି ଯେ, ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦୁଇ ଦିନ ଧରି ଖରାପ ଥିଲା। ହେଲେ ଆଜି ଏହା ଆହୁରି ଖରାପ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ଭାଇରାଲ ହେଉଥିବା ଫଟୋରେ, ସେ ବିଛଣାରେ ଶୋଇଥିବା ଏବଂ ଅମ୍ଳଜାନ ମାସ୍କ ପିନ୍ଧିଥିବା ଦେଖାଯାଇଛି। ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ, ଆରଜେଡି କର୍ମୀ ଏବଂ ସମର୍ଥକମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ଏହା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।

ad-week
Leave A Reply

Your email address will not be published.