ୱାକଫ ବିଧେୟକକୁ ସ୍ବାଗତ କଲେ ଦିଲ୍ଲୀ ହଜ୍‌ କମିଟି ଅଧ୍ୟକ୍ଷା

add-all

ୱାକଫ ସଂଶୋଧନ ବିଧେୟକ ବୁଧବାର ସଂସଦରେ ଆଗତ ହୋଇଛି। ଏହା ଉପରେ ୮ ଘଣ୍ଟା ଆଲୋଚନା ହେବ। ତେବେ ବିଧେୟକକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଆସୁଛନ୍ତି। ଏହା ମଧ୍ୟରେ ବିଧେୟକକୁ ସ୍ବାଗତ କରିଛନ୍ତି ଦିଲ୍ଲୀ ହଜ୍‌ କମିଟି ଅଧ୍ୟକ୍ଷା କୌସର ଜାହାଁ। କୌସର କହିଛନ୍ତି, ବିଧେୟକକୁ ସେ ସ୍ବାଗତ କରିୁଛନ୍ତି। ଯେଉଁମାନେ ଦେଶର ମଙ୍ଗଳ ଚାହୁଁନାହାନ୍ତି, ସେମାନେ ହିଁ ଏହାକୁ ବିରୋଧ କରୁଛନ୍ତି। ସ୍ବଚ୍ଛତା, ଦାୟିତ୍ଵାଧୀନତା ଏବଂ ନିରପେକ୍ଷତା ଦିଗରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ସାମ୍ପ୍ରତିକ ସ୍ଥିତିରେ ଏହା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ବର୍ତ୍ତମାନ ପରସ୍ଥିତିରେ ୱାକଫ ବୋର୍ଡ ଏବଂ ୱାକଫ ସମ୍ପତ୍ତି ପରିବର୍ତ୍ତନ ଚାହୁଁଛି। ପ୍ରକୃତ ହିତାଧିକାରୀ ଏବଂ ଅବହେଳିତ ମୁସଲମାନ ବର୍ତ୍ତମାନର ୱାକଫ ବୋର୍ଡରୁ କୌଣସି ଲାଭ ପାଉନାହାନ୍ତି। ତେଣୁ ସେମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ ଦିଗରେ ଏହା ଅତ୍ୟନ୍ତ ଭଲ ପଦକ୍ଷେପ ବୋଲି କୌସର କହିଛନ୍ତି।

ad-week
Leave A Reply

Your email address will not be published.