ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପର୍ବ ଅନୁଷ୍ଠିତ

add-all

ନବରଙ୍ଗପୁର : ଅଦ୍ୟ ଶୁଭାରମ୍ଭ ହୋଇଛି ବିଦ୍ୟାଳୟ ମାନଙ୍କରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବ। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଉତ୍ସବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଏକ୍ସ ବୋର୍ଡ ନବରଙ୍ଗପୁରରେ ଠାରେ ପାଳନ ହୋଇଛି। ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ନାମ ନେଇ ତିନିଟି ଗୋଲ ବୁଲାଇ ମୁଣ୍ଡରେ ବୋଳିବା ସହିତ ଅ ଆ ଲେଖି ବିଦ୍ୟାରମ୍ଭ କରିଛନ୍ତି ଆମ ଶିଶୁ କଳିକା, ଭବିଷ୍ୟତର ବିନ୍ଧାଣୀ ଓ ବଟବୃକ୍ଷ। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ଡ଼ଃ ଶୁଭଙ୍କର ମହାପାତ୍ର, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ ଉପସ୍ଥିତ ରହିଥିଲେ। ଆଜିର ଉତ୍ସବରେ କୁନି କୁନି ପିଲା ମାନଙ୍କ ଖଡ଼ି ଛୁଆଁ ସହିତ ସେମାନଙ୍କୁ ପାଠ ପଢା କିଟ୍ ପ୍ରଦାନ କରାଯାଇ ଥିଲା। ଏହା ସହିତ ପିଲାଙ୍କ କ୍ଲାସ୍ ରୁମ୍, ସଚେତନତା ରଥ ଏବଂ ସଚେତନ ପାଇଁ ପ୍ରସ୍ତୁତ ହୋଇଥିବା ଦେଶିଆ ଭାଷାରେ ଗୀତ ଉନ୍ମୋଚିତ ହୋଇଛି।ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ରେଶମଲାଲ ନାୟକ, ନବରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ରୟ, ନନ୍ଦାହାଣ୍ଡି ବ୍ଲକ ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ଜାନି, କୋଷାଗୁମୁଡା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁପ୍ରିୟା ନାୟକ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥଲେ ।

ad-week
Leave A Reply

Your email address will not be published.