ସୀମାନ୍ତ ମୋଟୁରୁ ୧୦ ଲକ୍ଷ ଟଙ୍କାର ଜୀବନ୍ତ କଇଁଛ ଉଦ୍ଧାର ଦୁଇ ଆସାମୀ ଗିରଫ…

add-all


ମାଲକାନଗିରି :ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲୀଙ୍କ ନିର୍ଦେଶ କ୍ରମେ ମୋଟୁ ବନ ବିଭାଗ ପକ୍ଷରୁ ତନଖି ସମୟରେ ୩୦୦ରୁ ଉର୍ଦ୍ଧ କଇଛ ସହ ୨ ଆସାମୀକୁ କାବୁ କରିବାରେ ସଫଳତା ହାସଲ କରିଛି । ଦୀର୍ଘଦିନ ହେବ କିଛି ଚୋରା କଇଛ ବେପାରୀ ଆନ୍ଧ୍ରରୁ କାଲିମେଳା ଅଞ୍ଚଳକୁ ଏହି କଇଁଛ ଚୋରା ଚାଲାଣ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୋଟୁ ତନଖି ଫାଟକ ନିକଟରୁ ମୋଟୁ ବନ ବିଭାଗ ଦ୍ୱାରା ଜବତ ହୋଇଥିବା ୩୦୦ରୁ ଅଧିକ ଜୀବନ୍ତ କଇଁଛର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ | ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି ମାଛ ଗାଡ଼ିରେ ଅଭିନବ ଉପାୟ ଚାଲାଣ ହେଉଥିଲା ଏହି ସବୁ କଇଁଛ | ଗୋଟିଏ ପିକ ଅପ ଗାଡ଼ି ସହ ଦୁଇଟି ବାଇକକୁ ମଧ୍ୟ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ | ଏହି ଚୋରାଚାଲାଣରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରୁଛି ମୋଟୁ ବନ ବିଭାଗ | କାଲିମେଳା ଅଞ୍ଚଳ ରେ କଇଁଛ ମାଂସର ଚାହିଦା ଅଧିକ ଥିବାରୁ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରୁ ଚୋରାରେ କଇଁଛ ଚାଲାଣ କରାଯାଉ ଥିବା ସୂଚନା ରହିଛି ।

ad-week
Leave A Reply

Your email address will not be published.