ମାଫିଆ ଏବଂ ନେତା ଙ୍କ ମିଲିଭଗତ ରେ ଗଞ୍ଜାମ ଜିଲ୍ଲା ରେ ଚୋରା ବାଲି ବେପାର ଜୋରଦାର ……!

ସୁନା ଦରଠାରୁ ବଳି ଗଲାଣି ବାଲି ଦର…


ନେତା ମାନଙ୍କ ପୁଷ ମାସ ବାବୁ ମାନେ ନିରାଶ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ବାଲି ଘାଟ ମାର୍ଚ୍ଚ ମାସର ଆଳ ଦେଖାଇ କାଁ ଭାଁ ବାଲି ଚାଲାଣ ହେଉଥିଲା। ମାର୍ଚ୍ଚ ମାସ ସରୁ ସରୁ ପୁଣି ବାଲି ଲିଜ ଧାରି ମାନେ କିଛି ସ୍ଥାନରେ ମାଫିଆ ମାନଙ୍କ ହାତ ଛାଡ଼ି ନେତାଙ୍କ ହାତ ଧରି ପୁଣି ଚୋରା ବାଲି ଚାଲାଣ କରୁଥିବା ଚର୍ଚ୍ଚା ହେଉଛି। ଋଷିକୂଲ୍ୟା ଓ ବଡ଼ ନଦୀର ବିଭିନ୍ନ ଘାଟକୁ ଲିଜ ଧାରି ମାନେ ଲିଜ ନେଇ ମାଫିଆ ମାନଙ୍କ ସହଯୋଗ ରେ ଚୋରା ବାଲି କାରବାର ବିନା ୱାଇ ଫର୍ମ ରେ

କରିଆସୁଥିଲେ। ଏବେ ମାର୍ଚ୍ଚ ମାସ ପରେ ନୂଆ ଟ୍ରେଣ୍ଡ ରେ ସ୍ଥାନୀୟ ନେତାଙ୍କ ସହ ଚୋରା ବାଲି ବେପାର ରେ ଭାଗୁଆଳି କରି ବାବୁ ମାନଙ୍କ ଉପରେ ଅଙ୍କୁଶ ଲଗାଇ ବିନା ୱାଇ ଫର୍ମ ରେ ଘାଟ ଲିଜ ଧାରି ବେପାର ଆରମ୍ଭ କରିଥିବା ଆଲୋଚନା ହେଉଛି। ଆସିକା ଓ ଧରାକୋଟ ଅଞ୍ଚଳ ରେ ବେଧଡ଼କ ଚୋରା ବାଲି କାରବାର ଜୋର ସୋର ରେ ଚାଲିଛି। ଡିଜିପି ଙ୍କ ଫର୍ମାନ ଆଗରେ ନେତାଙ୍କ ଫର୍ମାନ ଅଧିକ କାର୍ଯ୍ୟକାରୀ ପୋଲିସ ବାବୁ ମାନେ କରୁଥିବା ଚର୍ଚ୍ଚା ର ବିଷୟ ହୋଇଛି। ଦୀପ ତଳ ଅନ୍ଧାର ପରି ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଥାଇବି ଲଘୁ ଖଣିଜ ଦ୍ରବ୍ୟ ଖୁଲାମ ଖୁଲା ଲୁଟ ହେଉଛି। ଲଘୁ ଖଣିଜ ଦ୍ରବ୍ୟ ଲୁଟ ପଛରେ ଥିବା ଅଦୃଶ୍ୟ ଶକ୍ତି ଯୋଗୁଁ ସ୍ଥାନୀୟ ନେତା ମାଲେ ମାଲ ସରକାର ବେହାଲ ବୋଲି ଲୋକେ କହିଲେଣି। ମାଫିଆ ମାନଙ୍କୁ ଆଉଟ କରି ନେତାଙ୍କ ଉପରେ ଅଧିକ ଭରସା କରିଥିବା ଲିଜ ଧାରିଙ୍କ ପ୍ରତି ମାଫିଆ ମାନଙ୍କ ଆକ୍ରୋଶ ବୃଦ୍ଧି ହେଉଥିବା ଆଲୋଚନା ହେଉଛି। ନେତା ମାନେ ପାର୍ଟନେର ହେବା ପରେ ବାବୁ ମାନେ ଜଳକା ପାଲଟିଛନ୍ତି। ଏଠାରେ ସୂଚନା ଥାଉକି ନୟାଗଡ ରୁ ଫେରିବା ବାଟ ରେ ମନ୍ତ୍ରୀ କିଛି ବାଲି ଗାଡି ଜବତ କରିଥିଲେ ଯାହାକୁ ନେଇ ଅନେକ ସମାଲୋଚନା ର ଶିକାର ବି ହୋଇଛନ୍ତି ଜଣେ ସାମ୍ବାଦିକ ଙ୍କ ପ୍ରଶ୍ନ ବାଣ ରେ ମନ୍ତ୍ରୀ ଘାଇଲା ବି ହୋଇଥିବା ଆଲୋଚନା ହୋଇଥିଲା l ଖୋଦ ମନ୍ତ୍ରୀ ଙ୍କ ନିଜ ଜିଲ୍ଲାରେ ରାତି ଦିନ ବାଲି ଏବଂ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ହେଉଛି ଏପରିକି ମନ୍ତ୍ରୀ ଙ୍କ ଘର ଦେଇ ସହ ସହ ଚୋରା ବାଲି ଗାଡି ପଡୋଶୀ ରାଜ୍ୟ କୁ ଯାଉଛି ତଥାପି ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ନୀରବ l ବର୍ତ୍ତମାନ ଜିଲ୍ଲାର ଅନେକ ବାଲୁ ଘାଟ ମନ୍ତ୍ରୀ ଓ ବିଧାୟକ ଙ୍କ ଆଶ୍ରିବାଦ ରେ ଚାଲିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ବାଲି ମାଫିଆ ଓ ରାଜନେତା ଗୋଟିଏ ମୁଦ୍ରା ର ଦୁଇପାର୍ଶ୍ୱ ବୋଲି ଖଟିରେ ଚର୍ଚ୍ଚା ହେଉଛି l ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.