ପଣ୍ୟାଗାର କର୍ମଚାରୀ ମାଡ଼ ଖାଇବା ଘଟଣା : ଉକ୍ତ ସରକାରୀ କର୍ମଚାରୀ ଏବେ କେଉଁଠି…?
ମାଡ଼ ଓ ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ବାହାରେ ସରକାରୀ କର୍ମଚାରୀ…!

ଘଟଣା କୁ ରଫା ଦଫା ପାଇଁ ଦୁଇ ମିଲର ଥାନାର ଦ୍ୱାରସ୍ତ……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଏବେ ଜଣେ ସରକାରୀ କର୍ମଚାରୀ ଙ୍କୁ ବେଆଇନ କାର୍ଯ୍ୟ ପାଇଁ ବାଧ୍ୟ କରିବା ସେ ଅମଙ୍ଗ ହେବାରୁ ମାଡ଼ ମାରିବା ଭଳି ସଙ୍ଗିନୀ ଘଟଣା ରେ ଜିଲ୍ଲା ପ୍ରଶାସନ ଚୁପ କାହିଁକି..? ମାର୍ଚ୍ଚ ମାସ ୨୨ ତାରିଖ ଦିନ ଆସିକା ବ୍ଲକ ଅନ୍ତର୍ଗତ କର୍ଣ୍ଣଳୀ ସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ର କର୍ମଚାରୀ ମାନଙ୍କୁ କିଛି ମିଲେର ସେମାନଙ୍କ ମିଲରୁ ଆସିଥିବା ଧାନକୁ ବିନା ତନଖି ଓ ଯାଞ୍ଜ ନକରି କୁଆଡ଼େ ଗୋଦାମ ରେ ରଖିବାକୁ କହିଥିଲେ। ଉକ୍ତ କର୍ମଚାରୀ ଅମଙ୍ଗ ହେବାରୁ ଉତ୍ୟକ୍ତ ହୋଇ କାଳଷଣ୍ଢପୁର ଓ ବାଣୀ ବିହାର ଅଞ୍ଚଳ ର ଦୁଇ ଜଣ ମିଲେର ଙ୍କ ଭିଡିଓ ଉତ୍ତୋଳ ନ କରୁଥିବା କର୍ମଚାରୀଙ୍କ ମୋବାଇଲ ଛଡ଼େଇବା, ମାଡ଼ ମାରିବା, ତାଙ୍କ ଗାଡ଼ିକୁ ଠେଲିଦେବା ଓ ତାଙ୍କୁ ଏକ କୋଠରୀ ରେ ବନ୍ଦ କରିବା ଭିଜୁଆଲ ମୋବାଇଲ କୁ ମୋବାଇଲ ଘୁରି ବୁଲିଥିଲା। ଏହା ପରେ ଖବର କାଗଜ ରେ ଉତ୍ୟକ୍ତ ମିଲେରଙ୍କ ସମ୍ପର୍କ ରେ ଖବର ପ୍ରକାଶ ହୋଇଥିଲା। ଏହା ପରେ ମିଲେର ମାନେ ଗିରଫ ଭୟରେ ସ୍ଥାନୀୟ ରାଜ ନେତାଙ୍କ ପାଖରେ ଗୁହାରିଆ ପଡ଼ିଥିବା ଚର୍ଚ୍ଚା ହୋଇଥିଲା। ଏହି ଘଟଣା ସମ୍ପର୍କ ରେ ଜିଲ୍ଲା ପ୍ରଶାସନ ତଦନ୍ତ କରିବାକୁ ଯୋଗାଣ ବିଭାଗ ବାବୁଙ୍କୁ କୁଆଡ଼େ ନିର୍ଦ୍ଧେଶ ମିଳିଥିବା ଆଲୋ ଚନା ହେବା ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଯୋଗା ଯୋଗ କରିଲେ ବାବୁ ଫୋନ ରିସିଭ କରିନଥିଲେ। ଏହି ମାଡ଼ ମରା ଘଟଣା କୁ ନେଇ ରାଜନୀତି ଚାପରେ ପ୍ରଶାସନ ଚୁପଚାପ ରହିବା ନେଇ ଚର୍ଚ୍ଚା ହେଉଛି। ମାଡ଼ ଖାଇ ଅପଦସ୍ତ ହୋଇଥିବା କର୍ମଚାରୀ ଙ୍କୁ ଆଉ ଗୋଦାମ ରେ ଦେଖିବାକୁ ମିଳୁନାହିଁ। ଗୋଦାମ ର ଅନ୍ୟ ଜଣେ ଅଧିକାରୀଙ୍କୁ ସାଇଲେନ୍ସ ପ୍ଲିଜ କରି ଚାପ ପ୍ରୟୋଗ କରି ଉକ୍ତ ଦୁଇ ଜଣ ମିଲେର ଥାନାର ଦ୍ୱାରସ୍ତ ହୋଇ ଘଟଣା କୁ ରଫା ଦଫା ପାଇଁ ଲିଖିତ ପତ୍ର ଦେଇଥିବା ସହର ରେ ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ଜଣେ କର୍ତ୍ତବ୍ୟରତ୍ତ କର୍ମଚାରୀ ଙ୍କୁ ବେଆଇନ କାର୍ଯ୍ୟ କରିବାକୁ କହିବା ସେ ଅମଙ୍ଗ ହେବାପରେ ତାଙ୍କୁ ଅଶାଳୀନ ବ୍ୟବହାର କରିବା ମାଡ଼ ମାରିବା ଓ ଭୟ ସଂଚାର କରିବା ଭିଡିଓ ଡିଲିଟ ନକରିଲେ ବାହାରକୁ ଗଲେ ପୁଣି ମାଡ଼ ମରାଯିବ କହିବା ଘଟଣା କୁ ନେଇ ସମାଜ ସେଵୀଙ୍କ ପକ୍ଷରୁ ଅଦାଲତ ରେ ମାମଲା ପାଇଁ ଆଇନର ପରାମର୍ଶ ନିଆ ଯାଉଥିବା ଜଣାପଡିଛି। ଏ ଘଟଣା ପରେ ବେଆଇନ କାର୍ଯ୍ୟ କରିବାକୁ ନେତା ଠାରୁ ବଡ଼ ବାବୁ ମାନେ ସହଯୋଗ କରୁଥିବା ନେଇ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି। ଯାହାକି ଜିଲ୍ଲା ନୁହଁ ସାରା ରାଜ୍ୟ କୁ ଏହା ଲଜ୍ୟା କହିଲେ କିଛି ଭୁଲ ହେବ ନାହିଁ l ମାଡ଼ ଏବଂ ନିଜ ଜୀବନ କୁ ବଞ୍ଚାଇବା ସକାଶେ ଉକ୍ତ ସରକାରୀ କର୍ମଚାରୀ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ବୋଲି ଶୁଣିବାକୁ ମିଳୁଛି l ଜିଲ୍ଲା ପ୍ରଶାସନ ଏହାକୁ ଅତି ହାଲକା ଭାବେ ନେବା ଅଞ୍ଚଳ ର ବୁଦ୍ଧିଜୀବୀ ଏହାକୁ ଗ୍ରହଣ କରୁନାହାନ୍ତି l ଜଦି ସରକାରୀ କର୍ମଚାରୀ ଜିଲ୍ଲାରେ ସୁରୁକ୍ଷିତ ନୁହନ୍ତି ତେବେ ସାଧାରଣ ଜନତା ଏଠାରେ କେତେ ସୁରୁକ୍ଷିତ ବୋଲି ସାଧାରଣ ରେ ପ୍ରଶ୍ନ ଉଠିବା ସ୍ୱାଭାବିକ l ଦେଖାଯାଉ ଅଦାଲତ ରେ ଘଟଣା ପଞ୍ଜିକରଣ ହେଲା ପରେ ଘଟଣା କେଉଁ ଦିଗକୁ ଯାଉଛି ତାହା ସମୟ କହିବ l