ସମ୍ପତ୍ତି ତାଲିକା ସାର୍ବଜନୀନ କଲେ ସିଜେଆଇଙ୍କ ସମେତ ୩୦ ବିଚାରପତି

add-all

ସୁପ୍ରିମକୋର୍ଟର ସମସ୍ତ ବିଚାରପତି ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ଏଣିକି ପ୍ରଧାନ ବିଚାରପତିଙ୍କୁ ବି ନିଜର ସମ୍ପତ୍ତି ତାଲିକା ଘୋଷଣା କରିବାକୁ ହେବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିଚାରପତିମାନେ ପଦବୀ ସମ୍ଭାଳିବା ମାତ୍ରେ ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରିବା ଉଚିତ। ପ୍ରଧାନ ବିଚାରପତି ଏବଂ ବିଚାରପତି ନିଜ ସମ୍ପତ୍ତି ତାଲିକା ସ୍ବଇଚ୍ଛାରେ ସୁପ୍ରିମକୋର୍ଟ ୱେବସାଇଟରେ ସାର୍ବଜନୀନ କରିବେ। ବର୍ତ୍ତମାନ ସମୟରେ ସିଜେଆଇଙ୍କ ସମେତ ସୁପ୍ରିମକୋର୍ଟଙ୍କ ମୋଟ ୩୦ ବିଚାରପତି ନିଜ ନିଜ ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ସମେତ ବିଚାରପତି ବି.ଆର. ଗୋଭଇ, ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଅଭୟ ଏସ. ଓକ୍‌ ପ୍ରମୁଖ ରହିଛନ୍ତି।

ad-week
Leave A Reply

Your email address will not be published.