କଳିଙ୍ଗା ରୋଡ଼ ଠାରେ ଚାଲିଥିବା ଜାତୀୟ ରାଜପଥ ଡ୍ରେନ ନିର୍ମାଣ ରେ କଳଙ୍କ ଛଡ଼ ବ୍ୟବହାର…..!

ଧର୍ମକୁ ଆଖିଠାର ନୀତିରେ ଚାଲିଛି କାମ…


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ରେ ଦୁର୍ନୀତି ଏବେ ଚରମ ସୀମାରେ ପହଁଞ୍ଚିଛି। କଳିଙ୍ଗା ରୋଡ଼ ଠାରେ ଜାତୀୟ ରାଜପଥ ପ୍ରାଧିକରଣ ନାମରେ ଡ୍ରେନ ନିର୍ମାଣ ଚାଲିଛି। ଉକ୍ତ ଡ୍ରେନ ନିର୍ମାଣ ବେଳେ ଜଙ୍ଗ ବା କଳଙ୍କ ଲାଗିଥିବା ଲୁହା ଛଡ଼ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି। ଏହି ନିର୍ମାଣ କାର୍ଯ୍ୟ ରେ ବିଭିନ୍ନ ପ୍ରକାର ଅନିୟମିତତା ହେଉଥିବା ଯୋଗୁଁ ରାତ୍ର ସମୟରେ ଛଡ଼ ଦିନରେ ସିମେଣ୍ଟ କାର୍ଯ୍ୟ ହେଉଛି। କାର୍ଯ୍ୟାଦେଶ ସମୟରେ କୌଣସି ଅଧିକାରୀ ଉପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି। କୋଟି କୋଟି ଟଙ୍କାର କାର୍ଯ୍ୟ ରେ ପିସି କାରବାର ଯୋଗୁଁ ମାତ୍ରାଧିକ ଅନିୟମିତତା ହେଉଥିବ ଆଲୋଚନା ହେଉଛି। ଆସିକା ଅଞ୍ଚଳ ରେ ହେଉଥିବା ବିଭିନ୍ନ ବିଭାଗରେ ପିସି କାରବାର ଯୋଗୁଁ କାର୍ଯ୍ୟ ଗୁଡ଼ିକରେ ଅନିୟମିତତା ହେଉଥିବା ଅଭିଯୋଗ ହେଲେବେ କ୍ଵାଲିଟି କଣ୍ଟ୍ରୋଲ ର ପକ୍ଷରୁ ଯାଞ୍ଜ ପ୍ରକ୍ରିୟା ହେଉନାହିଁ। ସରକାର କା ମାଲ ଦରିଆ ମେ ଡାଲ ନୀତି ରେ ଏହି କାର୍ଯ୍ୟ ଚାଲିଥିବା ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.