ଚୋରା ଖଣି ଉପରେ ପ୍ରଶାସନର ଚଢାଉ

add-all

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଓଡିଶାର ସବୁଠୁ ବଡ ଖଣି ଉପରେ ଚଢ଼ାଉ ଆରମ୍ଭ କରିଛି ପ୍ରଶାସନ । ଖଣି ଚୋରି ସଂପର୍କରେ ସୂଚନା ପାଇବା ପରେ ପ୍ରଶାସନ, ପୋଲିସ ଓ ବନବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି । ହେମଗିରି ବ୍ଲକ କୁଲାପଡ଼ାରେ ଏହି ଚଢ଼ାଉ ଚାଲିଛି ।

ଏହି ଚଢାଉରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ସୁନ୍ଦରଗଡ଼ ତହସିଲଦାର କୁଳମଣି ରଣବିଡ଼ା, ହେମଗିର ତହସିଲଦାର ସାରିକା ଧମେଲ, ହେମଗିର ବନାଞ୍ଚଳ ଅଧିକାରୀ ପ୍ରକାଶ ଚନ୍ଦ୍ର ନାଏକଙ୍କ ସହ ପୋଲିସ ଫୋର୍ସ ସାମିଲ ହୋଇଥିବା ସୂଚନା ରହିଛି ।

କୁଲାପଡା ଓ ତେଲେନଡିହି ରିର୍ଜଭ ଫରେଷ୍ଟ ଭିତରେ ଚାଲିଛି ଶହଶହ ବେଆଇନ କୋଇଲା ଖଣି । କଳାହୀରାକୁ ବାହାର ରାଜ୍ୟ ଛତିଶଗଡ଼, ଝାରଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି ମାଫିଆ । ଯାହା ବିଷୟରେ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଏହି ଚଢାଉ କରାଯାଇଛି ।

ad-week
Leave A Reply

Your email address will not be published.