ଟିଟିଲାଗଡ: ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ମାଆ ଓ ଯାଆଁଳା ଶିଶୁକନ୍ୟା । ଶିଶୁଙ୍କ ବାପା ଓ ଜେଜେମା ଆହତ । ଟିଟିଲାଗଡରୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ବେଳେ ଅଘଟଣ ଘଟିଛି ।
ଗତକାଲି ମୁରିବାହାଲ ବ୍ଳକ ଚିକନୀବାହାଳି ଗାଁର ରାଧା ଯାନୀ ପିପିଲପଦରଠାରେ ଥିବା ମାତୃ ଓ ଶିଶୁ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ଭୋରୁ ଦୁଇ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ । ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ମେଡିକାଲ ସ୍ଥାନାନ୍ତର କରିବାକୁ କହିଥିଲେ ଡାକ୍ତର । ଆମ୍ବୁଲାନ୍ସ ଷ୍ଟାର୍ଟ ହେବା ପରେ ଅକ୍ସିଜେନ ସିଲିଣ୍ଡର ବ୍ଲାଷ୍ଟ ହୋଇ ନିଆଁ ଲାଗିଯାଇଥିଲା । ମାଆ ଓ ଯାଆଁଳା ଶିଶୁକନ୍ୟା ସୁରକ୍ଷିତ ଥିବାବେଳେ ଜେଜେମାଆ ଦୁତୀୟ ଭୋଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଟିଟିଲାଗଡ଼ ପୋଲିସ ।
