ମୋଦୀ-ୟୁନୁସଙ୍କ ଆଲୋଚନାବେଳେ ଉଠିଲା ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ

add-all

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଅନୁଷ୍ଠିତ ବିମଷ୍ଟେକ ସମ୍ମିଳନୀରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଏହି ଅବସରରେ ବାଂଲାଦେଶର ବିତାଡ଼ିତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ଉଠାଇଥିଲେ ୟୁନୁସ। ଏ ନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରଣାଳୟ। ତେବେ ଏହି ପ୍ରସଙ୍ଗରେ କ’ଣ ଆଲୋଚନା ହୋଇଥିଲା ସେ ବିଷୟରେ କୌଣସି ତଥ୍ୟ ଦିଆଯାଇ ନାହିଁ। ଏହାବ୍ୟତୀତ ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ, ବେଆଇନ ଅପ୍ରବାସନ ଉପରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟ କଥାବାର୍ତ୍ତା ହୋଇଥିଲା। ଗଣତାନ୍ତ୍ରିକ, ସ୍ଥିର, ଶାନ୍ତି ଏବଂ ପ୍ରଗତିଶୀଳ ବାଂଲାଦେଶ ଗଠନରେ ଭାରତର ସହଯୋଗ ବଜାୟ ରହିବ ବୋଲି ମୋଦୀ କହିଥିଲେ। ତେବେ ବାଂଲାଦେଶରେ ସଂଖ୍ୟାଲଘୁ ଓ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ମୋଦୀ ଚିନ୍ତା ବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ, ଶେଖ ହସିନାଙ୍କ ବହିଷ୍କାର ପରେ ବାଂଲାଦେଶ ମୁଖ୍ୟ ୟୁନୁସଙ୍କ ସହିତ ମୋଦୀଙ୍କର ଏହା ପ୍ରଥମ ଆଲୋଚନା ଥିଲା।

ad-week
Leave A Reply

Your email address will not be published.