ଓଡିଆ ପକ୍ଷ ୨୦୨୫ର ସପ୍ତମ ଦିନରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ

ବର୍ଣ୍ଣବୋଧର ସଫଳ ଜ୍ଞାନ ଦ୍ଵାରା ପଠନ-ଲିଖନ-କଥନ-ଶ୍ରବଣ ସୁଦୃଢ ହୋଇପାରିବ

ଛତ୍ରପୁର : ଓଡିଆ ଭାଷା ,ସାହିତ୍ଯ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଆ ଭାଷା ପ୍ରତିଷ୍ଠାନ ଆନୁକୁଲ୍ଯରେ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଗୁଡିକରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ କରାଯାଇଥିବା ଓଡିଆ ପକ୍ଷ ,୨୦୨୫ ପାଳନ ଅବସରରେ ବଣ୍ଟନ ଏହି ବର୍ଣ୍ଣବୋଧ ଟି ଭକ୍ତ କବି ମଧୁସୂଦନ ରାଓଙ୍କ ଦ୍ଵାରା ରଚିତ ଯାହା ୧୮୯୫ ମସିହାରେ ପ୍ରକାଶିତ ହୋଇଥିଲା । ପୁନର୍ବାର ଲେଖକଙ୍କ ଦ୍ଵାରା ୧୯୧୨ ଭିତରେ ଅନେକବର ପରିବର୍ତ୍ତନ କରଯାଇଥିଲା । ୧୯୦୧ ସଂସ୍କରଣ ବର୍ଣ୍ଣବୋଧର ଏହା ହେଉଛି ୨୦୨୫ ରେ ଏକ ନୂତନ ସଂସ୍କରଣ । ଏହି ସଂସ୍କରଣରେ ପୂର୍ବ ପୁସ୍ତକରେ ରହି ଯାଇଥିବା ମୁଦ୍ରଣ ତୃଟିକୁ ସଂଶୋଧନ କରାଯାଇଛି ଏବଂ କିଛି ନୂଆ ଛବି ଏଥିରେ ସ୍ଥାନିତ ହୋଇଛି। ଓଡିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ପୁସ୍ତକ ଭବନ, ଭୁବନେଶ୍ବର ଦ୍ଵାରା ମୁଦ୍ରିତ ଏହି ନୂତନ ସଂସ୍କରଣ ବର୍ଣ୍ଣବୋଧ ସୋମବାର ଓଡିଶା ପକ୍ଷ -୨୦୨୫ ର ସପ୍ତମ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳ ବିଦ୍ୟାଳୟ ଗୁଡିକରେ ବର୍ଣ୍ଣବୋଧ ବଣ୍ଟନ ଉତ୍ସବ ପାଳନ କରି ବଣ୍ଟନ କରାଯାଇଛି । ବ୍ରହ୍ମପୁର ସହର ର କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟ, ହିଲପାଟଣା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ସିଟି ହାଇସ୍କୁଲ ରେ ଏକ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ,ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ସମ୍ପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ / ଶିକ୍ଷକଙ୍କ ଗହଣରେ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା ,ଚାଚା ନେହେରୁ କ୍ଲଷ୍ଟର ସି . ଆର . ସି . ସି. ବାଙ୍କ ପ୍ରଧାନଙ୍କ ଗହଣରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ଯୋଗ ଦେଇ ବର୍ଣ୍ଣବୋଧର ଆବଶ୍ୟକତା , ବର୍ଣ୍ଣବୋଧର ପ୍ରକାଶିତ ବିଭିନ୍ନ ଛବି ଓ ପଶୁପକ୍ଷୀ ଙ୍କ ସମ୍ପର୍କରେ ଅବଗତ ଏହା କୋମଳମତି ଛାତ୍ରଛାତ୍ରୀଙ୍କୁ ପଠନର ଆକୃଷ୍ଟ କରିବା ସହିତ ଏହାର ଉପାଦେୟ ସମ୍ପର୍କରେ ଜଣାଇଥିଲେ। ମେଡିକାଲ କ୍ୟାମ୍ପସ ପ୍ରଧାନ ଶିକ୍ଷୟିତ୍ରୀ ତଥା ଏଡିଇଓ ପ୍ରଭାତୀ ମହାପାତ୍ର,ନିତ୍ଯାନନ୍ଦ ଦାସ, ବିଜୟ କୁମାର ପାଢୀ , ଟି . ଲଡୁକିଶୋର ପାତ୍ର, ବିପିନ ବିହାରୀ ପାଠୀ , ସି ଆର ସି ସି ,ଭଗବାନ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିବା ବେଳେ ହିଲପାଟଣା ସରକାରୀ ଉଚ୍ଚ ବିଦ୍ୟାଳୟ,ହିଲ ପାଟଣା ଠାରେ ସୁସ୍ମିତା ମହାପାତ୍ର,ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ,ଗାୟତ୍ରୀ ପାଣିଗ୍ରାହୀ ,ସଞ୍ଜୁକ୍ତା ସାମନ୍ତରାୟ, ସି. ଆର. ସି . ସି ବାଙ୍କ ପ୍ରଧାନ ସିଟି ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ,ପନ୍ନଗ ଭୂଷଣ ମାଝୀ,ପଣ୍ଡିତ ସିମାଞ୍ଚଳ ତ୍ରିପାଠୀ ଏନ . ସି . ସି. ଅଧିକାରୀ ଗୋପାଳକୃଷ୍ଣ ମିଶ୍ର ଅଶୋକ ପଟ୍ଟନାୟକ ,ନୀଳାମ୍ବର ଦାସ,ନିରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.