ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା, ସାଙ୍ଗଠନିକ ନିର୍ବାଚନ ସଂପର୍କରେ ଆଲୋଚନା

add-all

ଭୁବନେଶ୍ୱର : ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା । ନବୀନଙ୍କୁ ଭେଟିଲେ ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂଦେଓ, ପ୍ରତାପ ଦେବ, କଳିକେଶ ନାରାୟଣ ସିଂହଦେଓ, ଅରୁଣ ସାହୁ, ସଂଜୟ ଦାସ ବର୍ମାଙ୍କ ଭଳି ବରିଷ୍ଠ ନେତା। ସାଂଗଠନିକ କାର୍ଯ୍ୟକ୍ରମକୁ ନେଇ ନବୀନଙ୍କୁ ଭେଟିଛନ୍ତି । ସାଙ୍ଗଠନିକ ନିର୍ବାଚନ ସଂପର୍କରେ ଆଲୋଚନା ହୋଇଛି । ସଂଗଠନିକ ନିର୍ବାଚନର ଅଗ୍ରଗତି ନେଇ ବିଜେଡି ସୁପ୍ରିମୋଙ୍କୁ ଅବଗତ କରିଛନ୍ତି ପ୍ରତାପ ଦେବ। ଦଳ କିଭଳି ଆଗକୁ ବଢିବ ସେନେଇ ଆଲୋଚନା ହୋଇଛି । ରାଜ୍ୟ ସଭାପତି, ଜିଲ୍ଲା ସଭାପତି ଓ ରାଜ୍ୟ କମିଟି ସହ ଅନ୍ୟ କର୍ମକର୍ତ୍ତା ଚୟନ ନେଇ ଆଲୋଚନା ହୋଇଥିବା ବୈଠକ ପରେ ସୂଚନା ଦେଇଛନ୍ତି ବିଧାୟକ ଅରୁଣ ସାହୁ। ବିଜେଡି ଆହୁରି ମଜଭୁତ ହୋଇଛି ଏବଂ ଲୋକଙ୍କ ଭରସାର ଦଳ ହୋଇ ରହିବ ବୋଲି ଅରୁଣ କହିଛନ୍ତି। ସବୁ ସନ୍ଦେହର ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ସଂଜୟ ଦାସବର୍ମା।

ad-week
Leave A Reply

Your email address will not be published.