ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳରେ ଅଭାବନୀୟ ଘଟଣା । ଏକା ସାଙ୍ଗରେ ବିଷ ପିଇଲେ ଦୁଇ ଛାତ୍ରଛାତ୍ରୀ । ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ପଛପଟ ଥିବା ଅଙ୍ଗନବାଡ଼ି କେନ୍ଦ୍ର ପାଖରେ ପିଇଲେ ବିଷ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଛାତ୍ରଛାତ୍ରୀ ଯୁକ୍ତ ୩ର ପ୍ରଥମ ବର୍ଷର ବୋଲି ଜଣାପଡ଼ିଛି । ଗୁରୁତର ଛାତ୍ରୀ ଜଣଙ୍କ ନାଉଗାଁ କଲେଜର ହୋଇଥିବା ବେଳେ ଛାତ୍ର ଜଣଙ୍କ କାକଟପୁର କଲେଜର । ଉଭୟଙ୍କ ଘର ନାଉଗାଁ ଅଞ୍ଚଳରେ । ନାଉଗାଁ କଲେଜ ପଛପଟେ ଦୁଇ ଜଣଙ୍କୁ ଦେଖି ପିଲାମାନେ ୧୦୮କୁ ଖବର ଦେଇଥିଲେ । ତେବେ ପ୍ରେମ ସମ୍ପର୍କକୁ ନେଇ ବିଷ ପିଇଥିବା ସନ୍ଦେହ ।
