କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଏକାଧିକ ପ୍ରସଙ୍ଗ‌ରେ କଲେ ଆଲୋଚନା

add-all

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଶ୍ରୀ ଶାହଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜ୍ୟର ବିକାଶ ପାଇଁ ଆଇନଶୃଙ୍ଖଳା ଓ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଥା ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖାଲିଥିବା ପଦବି ଖୁବ୍‌ ଶୀଘ୍ର ପୂରଣ ହେବ। ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ଥିବା ୧୨,୦୦୦ରୁ ଊର୍ଦ୍ଧ୍ବ ପଦବି ପୂରା ହେବ। ଗୃହ ବିଭାଗର ଅନେକ ପଦବି ଖାଲି ପଡ଼ିଛି। ଆମ ସରକାର ଆସିଲା ପରେ ତ୍ବରିତ ପ୍ରକ୍ରିୟା ପଦବିଗୁଡ଼ିକ ପୂରଣ କରାଯିବ। ଏଥିରେ ଓଆଇଏସ୍‌ଏଫ୍‌, ଟ୍ରାଫିକ କନଷ୍ଟେବଳ, ହୋମ୍‌ଗାର୍ଡ ଆଦି ସାମିଲ ରହିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ କରିଛନ୍ତି। ନୂଆଦିଲ୍ଲୀରେ ଇନ୍‌ଭେଷ୍ଟର୍‌ସ ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଶିଳ୍ପପତିମାନଙ୍କ ସହିତ ଆଲୋଚନା କରିବା ସହ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ଏଥିସହ ଇନ୍‌ଭେଷ୍ଟର୍‌ସ ମିଟ୍ କାର୍ଯ୍ୟକ୍ରମ ଜରିଆରେ ଆସିଥିବା ନିବେଶ ପ୍ରସ୍ତାବ ଓଡ଼ିଶାର ଶିଳ୍ପ ବିକାଶଧାରାକୁ ନୂଆ ଗତି ଦେବ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.