୨୨ ନକ୍ସଲଙ୍କ ଆତ୍ମସମର୍ପଣ: ୪ ଜଣଙ୍କ ନାମରେ ଥିଲା ୨୬ ଲକ୍ଷ ପୁରସ୍କାର

add-all

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ନାମରେ ୨୬ ଲକ୍ଷ ଟଂକାର ପୁରସ୍କାର ଘୋଷଣା ହୋଇଥିଲା। ଏଥିସହ ଏମାନଙ୍କ ମଧ୍ୟରୁ ୬ ଜଣ ମହିଳା ନକ୍ସଲ ରହିଛନ୍ତି। ଏମାନଙ୍କ ମଧ୍ୟରୁ ବାଟାଲିୟନ ନମ୍ବର ୧ର ସଦସ୍ୟ କମଲି ହେମଲା(୩୨) ଏବଂ ପାର୍ଟି ମେମ୍ବର ମୁୟା ମାଣ୍ଡବି(୧୯)ଙ୍କ ନାରେ ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା ହୋଇଥିଲା।
କମାଣ୍ଡର ସୋନୁ ତାତି(୨୮) ଏବଂ ପିଏଲଜିଏ ସଦସ୍ୟ ମହେଶ ପୁନେମ(୨୦)ଙ୍କ ନାମରେ ୫ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ଥିଲା। ସରକାରଙ୍କ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୭୯ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ନୂଆ ନିୟମ ଅନୁଯାୟୀ ସମସ୍ତଙ୍କୁ ୫୦ ହଜାର ଟଂକା ଲେଖାଏଁ ପ୍ରଦାନ କରାଯାଇଥିଲା। ସେହିପରି ବସ୍ତରରେ ରହିଥିବା ୭ଟି ଜିଲ୍ଲାରେ ମୋଟ ୭୯୨ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି।

ad-week
Leave A Reply

Your email address will not be published.