୨ ଡ୍ରଗ୍ସ ବେପାରୀଙ୍କୁ ଗିରଫ କଲା କମିଶନରେଟ ପୋଲିସ

add-all

ଭୁବନେଶ୍ୱର,୯।୪: ରାଜଧାନୀ ଭୁବନେଶ୍ୱରରେ ବଢିଚାଲିଛି ନିଶା କାରବାର। ସହରର ପ୍ରତ୍ୟେକ ଗଳିବନ୍ଦୀରେ ଥିବା ପାନ ଘୁଟୁକା ଦୋକାନ ଏବଂ ବସ୍ତିମାନଙ୍କରେ ଗଞ୍ଜେଇ ସାଙ୍ଗକୁ ‘ଧଳା ଜହର’ ମଧ୍ୟ ଉପଲବ୍ଧ ହେଉଛି। ଏହାରି ମଧ୍ୟରେ ବୁଧବାର କମିଶନରେଟ ପୋଲିସ ୨ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି।

ଦୁଇଜଣ ଭୁବନେଶ୍ୱରରେ ବ୍ରାଉନ୍ସୁଗାର ସପ୍ଲାଇ କରୁଥିବା ବେଳେ ମାଡ଼ିବସିଥିଲା ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୫୧୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତ ଦ୍ୱୟ ବାଲେଶ୍ୱରର ସାହିଲ ମହମ୍ମଦ, ଜାହାଙ୍ଗୀର ମହମ୍ମଦ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.