ଆଇଏଏସ୍‌ ସ୍ତରରେ ଅଦଳବଦଳ

add-all

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ‌ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଧରମ ହାଂସଦା ଜଙ୍ଗଲ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ରୀନା ମହାପାତ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଯୁଗ୍ମ ସଚିବ ନିଯୁକ୍ତ ହୋଇଛନ୍ତି।
ଲିଲି କୁମାରୀ କୁଲୁ ରାଜସ୍ବ ବିଭାଗର ଯୁଗ୍ମ ସଚିବ ହୋଇଥିବା ବେଳେ ଆରାଧନା ଦାସଙ୍କୁ ଗୃହ ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ଶ୍ରୀକାନ୍ତ ତରାଇ ବିଏସ୍‌ଇ ସଭାପତି ବଜାୟ ରଖିଛନ୍ତି।

ad-week
Leave A Reply

Your email address will not be published.