ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରୁ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଗଲା

youtube

ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ହୋଇଥିଲା। ଏହି ଘଟଣା ପ୍ରଘଟ ହେବାର କିଛି ଘଣ୍ଟା ପରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସଇଁତଲାରୁ ଉକ୍ତ ଶିଶୁପୁତ୍ରକୁ ପ୍ରଶାସନିକ ଟିମ ଉଦ୍ଧାର କରିଛନ୍ତିି। ଉଦ୍ଧାର ଶିଶୁକୁ ସିଡବ୍ଳୁସିରେ ହାଜର କରାଯିବା ପରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଯାଇଛି । ଶିଶୁ ପୁତ୍ରଟି ବର୍ତ୍ତମାନ ସୁସ୍ଥ ଥିବା କୁହାଯାଇଛି। ଶିଶୁ ଉଦ୍ଧାର ପରେ ବଲାଙ୍ଗୀର ଜିଲାରେ ଶିଶୁ ବିକ୍ରି ରାକେଟ ସକ୍ରିୟ ଥିବା ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.