୪ ଦଶନ୍ଧି ପରେ ନକ୍ସଲ ପ୍ରବଣ ଗାଁରେ ସାପ୍ତାହିକ ହାଟ ବସିଲା

add-all

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଶହଶହ ଗ୍ରାମ ନକ୍ସଲ କବଜାରେ ରହିବା ଦ୍ବାରା ବିକାଶ ମୂଳକ କାମ ସେଠାରେ ପହଞ୍ଚିପାରୁନଥିଲା। ଏପରିକି ଲୋକେ ପିଲାଙ୍କୁ ସ୍କୁଲ ପଠେଇବା ମଧ୍ୟ ବନ୍ଦ କରିଦେଇଥିଲେ। ନକ୍ସଲଙ୍କର ସମସ୍ତ ନିୟମ କାନୁନରେ ଗାଁ ପରିଚାଳିତ ହେଉଥିଲା। ଏଥିସହ ସାପ୍ତାହିକ ହାଟଗୁଡିକକୁ ମଧ୍ୟ ନକ୍ସଲ ବନ୍ଦ କରିଦେଇଥିଲେ।
ଏଭଳି ଏକ ସାପ୍ତାହିକ ହାଟ ହେଉଛି ନାରାୟଣପୁର ଜିଲ୍ଲାର ନକ୍ସଲ ପ୍ରବଣ ପଦମକୋଟା ଗ୍ରାମରେ ପୁଣି ୪ ଦଶନ୍ଧି ପରେ ହାଟ ବସିବ। ଏଠାରେ ନୂଆରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଲୋକଙ୍କର ଖୁସି କହିଲେ ନସରେ। ନକ୍ସଲ ଏହି ଅଂଚଳରେ ନିଜର ପତିଆରା ବଢାଇବା ସହ ଲୋକଙ୍କୁ ଅକାରଣରେ ହତ୍ୟା କରି ଚାଲିଥିଲେ। ବହୁ ଲୋକ ନିଜର ଘରବାଡି ଛାଡି ବିସ୍ଥାପିତ ମଧ୍ୟ ହୋଇଛନ୍ତି।
ତେବେ ବର୍ଷ ବର୍ଷ ଧରି ଲୋକେ ହାଟକୁ ଅପେକ୍ଷା କରି ରହିଥିଲେ। ଏବେ ଆଉ ୫୦ କିଲୋମିଟର ନାରାୟଣପୁର ବଜାରକୁ ଯିବାକୁ ପଡିବ ନାହିଁ। ନିଜ ଅଂଚଳରେ ସବୁ ଜିନିଷ ମିଳିବ ଏବଂ ଆଗାମୀ ଦିନରେ ଲୋକଙ୍କ ପର୍ବ ମଧ୍ୟ ପାଳନ ହେବ। ଯାହାକୁ ନକ୍ସଲ ବନ୍ଦ କରିଦେଇଥିଲେ। ପ୍ରତିବର୍ଷ ଏଠାରେ ମେଳା ଲାଗିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି। ଏଥିସହ କୁତୁଲ ବେଡମାକୋଟି ଏବଂ ପଦମକୋଟ-ନେଲାଙ୍ଗୁର ରାସ୍ତା ମଧ୍ୟ ଫିଟିଥିବା କୁହାଯାଇଛି। ଯାହାକୁ ନକ୍ସଲ ନିଜ କବଜାରେ ରଖିଥିଲେ।

ad-week
Leave A Reply

Your email address will not be published.