କାର୍ ସହ ବାଇକ୍ ଧକ୍କା, ୪ ଆହତ

add-all

ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ବୁଧବାର ବିଳମ୍ୱିତ ରାତିରେ କାର୍ (ଓଡି୦୨ ବିଡି ୦୦୪୦) ସହ ଏକ ମୋଟର ସାଇକେଲ (ଓଆର୦୭ ଜେଡ୍ ୬୯୩୮)ର ଧକ୍କା ଘଟିଛି। ଦୂର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି।‌ ଆହତ ମାନେ ହେଲେ କାର୍ ଚାଳକ ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମର ପି. ଗଣେଶ (୩୩), ବାଇକ୍ ଚାଳକ ପାଟପୁର ଥାନା କଉଡିଆ ଗ୍ରାମର ରାଜେଶ ଦଳାଇ (୨୭), ସାଥି ରୁଦ୍ର ପ୍ରଧାନ (୨୬) ଓ ଦିପକ ପରିଡା (୨୪) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ରାଜେଶ ଓ ଦିପକଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ପ୍ରକାଶ ଯେ, ବୁଧବାର ବିଳମ୍ୱିତ ରାତିରେ ବ୍ରହ୍ମପୁର ଠାରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ଏକ କାର୍ ସହ ବିପରୀତ ଦିଗରେ ଯାଉଥିବା ମୋଟର ସାଇକେଲ ସହ ଧକ୍କା ଘଟିଥିଲା। ଦୂର୍ଘଟଣାରେ କାର୍ ଚାଳକଙ୍କ ସମେତ ବାଇକରେ ଯାଉଥିବା ୩ ଜଣ ଆହତ ହୋଇଥିଲେ।‌

ad-week
Leave A Reply

Your email address will not be published.