ଲୋଚାପଡ଼ା ଅଞ୍ଚଳରେ ବେଆଇନ ଜୁଆ ଆଡ୍ଡା ଚଲେଇବା , ବିଶୃଙ୍ଖଳା ସୃଷ୍ଟି କରିବା ସହ ସରପଞ୍ଚ ଙ୍କୁ ଧମକ ଦେବା ପଡିଲା ମହଙ୍ଗା ପ୍ରଶାନ୍ତ ସେଠିକୁ ଗିରଫ କଲା ନିମଖଣ୍ଡି ଥାନା ପୁଲିସ

ବ୍ରହ୍ମପୁର : ଆମ୍ବପୁଆ ବିବେକ ବିହାରରେ ରହୁଥିବା ଝାଡା ଆଙ୍କୁଲିର ପ୍ରଶାନ୍ତ ସେଠି ଗତ କିଛି ଦିନ ଧରି ଲୋଚାପଡ଼ା ଅଞ୍ଚଳରେ ବେଆଇନ ଭାବେ ଚଳାଇ ଆସୁଥିଲା ଜୁଆ ଆଡ୍ଡା ,ଏହା ସହିତ ବିଶୃଙ୍ଖଳା ସୃଷ୍ଟି କରିବା ସହିତ ଅଞ୍ଚଳବାସୀଙ୍କ ସହିତ ବାରମ୍ବାର ମାରପିଟ କରି ଧମକ ଦେଇ ବଟି ମଧ୍ୟ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ସରପଞ୍ଚ ଏଲ. ମୋହନ ଦାସ ପ୍ରତିବାଦ କରିଥିଲେ । ପ୍ରଶାନ୍ତ ଏଥିରେ ଉତକ୍ଷିପ୍ତ ହୋଇ ସୋସିଆଲ ମିଡିଆରେ ସରପଞ୍ଚଙ୍କୁ ବଦନାମ କରିବା ପାଇଁ ବହୁ ଆପତ୍ତିଜନକ ପୋଷ୍ଟ କରିଥିଲା ।ଏନେଇ ନିମଖଣ୍ଡି ଥାନାରେ ସରପଞ୍ଚ ଏଲ. ମୋହନ ଦାସ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ କରିବା ସହିତ ପ୍ରଶାନ୍ତ ସେଠିକୁ ଗିରଫ କରିଛି।ପ୍ରଶାନ୍ତ ନାଁ ରେ ପୂର୍ବରୁ ସଦର ଥାନା,ଗୋପାଳପୁର, ବୈଦ୍ୟନାଥପୁର ଥାନା, ନିମଖଣ୍ଡି, ଗୋଳନ୍ଥରା ଥାନା ରେ ବହୁ ସଙ୍ଗୀନ ମାମଲା ରହିଥିବା ବ୍ରହ୍ମପୁର ଏସପି ଅଭିନଭ ସୋନକର ସୂଚନା ଦେଇଛନ୍ତି। ତାହା ଠାରୁ ଗୋଟେ ମୋବାଇଲ, ଗୋଟେ ହୋଣ୍ଡା ଏକ୍ଟିଭା ଏବଂ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଆପତ୍ତି ଜନକ ସନ୍ଦେଶ କୁ ଜବତ କରିଛି ପୋଲିସ।

ad-week
Leave A Reply

Your email address will not be published.