ବିଭାଗୀୟ ସମସ୍ୟା ସମାଧାନକୁ ନୂଆ ପଦକ୍ଷେପ : କନ୍ଧମାଳରେ ପ୍ରତିନିଧି ମଣ୍ଡଳ ଗଠନ ପାଇଁ ନାମ ତାଲିକା ପ୍ରସ୍ତୁତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଭାଗର ସମସ୍ୟା ଓ ଲୋକଙ୍କ ଅଭିଯୋଗକୁ ଅଧିକ ପ୍ରଭାବଶାଳୀ ଭାବେ ପ୍ରଶାସନ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ପ୍ରତିନିଧି ମଣ୍ଡଳ ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ନିକଟକୁ ସମ୍ପୃକ୍ତ ପ୍ରତିନିଧିମାନଙ୍କ ନାମ ତାଲିକା ପଠାଯାଇଥିବା ଜଣାପଡ଼ିଛି। ଏହି ପ୍ରସ୍ତାବରେ ଶିକ୍ଷା ବିଭାଗ ପାଇଁ ହରେନ୍ଦ୍ର କୁମାର ସାହୁ, ସ୍ୱାସ୍ଥ୍ୟ ବିଭାଗ ପାଇଁ ସୁଭାଷ ଚନ୍ଦ୍ର ସାହୁ, ଆଇନ, ସଂସ୍କୃତି ଓ ପ୍ରାଚୀନ ଐତିହ୍ୟ ପାଇଁ ରୁଦ୍ର ମାଧବ ସାହୁ, କୃଷି ବିଭାଗ ପାଇଁ ବ୍ରଜକିଶୋର ଶ୍ୟାମ ମହାପାତ୍ର, ମତ୍ସ୍ୟ ଓ କୃଷି ଉଦ୍ୟାନ ବିଭାଗ ପାଇଁ ବିଭିନ୍ନ ନାମ ଏବଂ ପରିବେଶ ଓ ଜଙ୍ଗଲ ବିଭାଗ ପାଇଁ ମଧ୍ୟ ପ୍ରତିନିଧିଙ୍କ ନାମ ସୁପାରିସ କରାଯାଇଛି। ପ୍ରସ୍ତାବିତ ପ୍ରତିନିଧି ମାନେ ନିଜ ନିଜ ବିଭାଗ ସମ୍ପର୍କିତ ସମସ୍ୟା, ଅଭିଯୋଗ ଓ ବିକାଶମୂଳକ ପ୍ରସ୍ତାବ ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଏହାଦ୍ୱାରା ଜିଲ୍ଲାର ବିଭିନ୍ନ ବିଭାଗ ସହ ଜନସାଧାରଣଙ୍କ ଆବଶ୍ୟକତା ଓ ସମସ୍ୟାକୁ ସମନ୍ୱୟ କରିବାରେ ସୁବିଧା ହେବ ବୋଲି ଆଶା କରାଯାଉଛି। ସରକାରୀ ଯୋଜନାର ସଫଳ ରୂପାୟଣ ଏବଂ ସାଧାରଣ ଲୋକଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇବା ପାଇଁ ମଧ୍ୟ ପ୍ରତିନିଧିମାନେ ସହଯୋଗ କରିବେ। ବିଭାଗୀୟ ଅଧିକାରୀଙ୍କ ସହ ସମନ୍ୱୟ ରଖି ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଏହି ପ୍ରତିନିଧି ମଣ୍ଡଳ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.