ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୋଲିସ କୁ ସଫଳତା ତିନି ମାଓବାଦୀ ଗିରଫ…

ମାଲକାନଗିରି : ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ମିଳିଛି ବଡ ସଫଳତା । ଚିନ୍ତଲନାଡ ଜଙ୍ଗଲରେ ସିଆରପିଏଫ ଜବାନଙ୍କ ପକ୍ଷରୁ କୁମିଂ ଅପରେସନ ଚାଲିଥିବା ବେଳେ ତିନି ଜଣ ହାଡକୋର ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ । ସୁରକ୍ଷା କର୍ମୀଙ୍କୁ ଦେଖି ଦୌଡି ପଳାଉଥିବା ବେଳେ ଏହି ତିନି ଜଣ ମାଓବାଦୀଙ୍କୁ ମାଡି ବସିଥିଲେ ଜବାନ । ପରେ ଏମାନଙ୍କୁ ସୁକୁମା ଏସପି କିରଣ ଚୌହାନ ଙ୍କ ପାଖରେ ହସ୍ତାନ୍ତର କରାଯାଇଛି । DKMS ଅଧକ୍ଷ ମାଡକାମ ଭିମାଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ମିଲିସିଆ କମାଣ୍ଡର ମାଡକାମ ଲକ୍ଷ୍ମା ଓ ହେମଲା ନନ୍ଦାଙ୍କ ମୁଣ୍ଡ ଉପରେ ଏକ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ସାଧାରଣ ଆଦିବାସୀ ଲୋକଙ୍କୁ ହତ୍ୟା କରିବା ସହ ବିଭିନ୍ନ ହିଂସା କାଣ୍ଡରେ ଜଡିତ ଥିବା ଏହି ତିନି ଜଣ ମାଓବାଦୀ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୁକୁମା ଏସପି କହିଛନ୍ତି ।

nis-ad
Leave A Reply

Your email address will not be published.