ବିଶ୍ୱ ଛେନାପୋଡ ଦିବସ; ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର: ବିଭିନ୍ନ ପ୍ରକାର ଖାଦ୍ୟରେ ଅଧିକାଂଶ ଲୋକଙ୍କୁ ଖାଦ୍ୟ ଖାଇବା ପରେ ହେଉ ଅଥବା ଅନ୍ୟ ସମୟରେ ମିଠା ଜିନିଷ ଖାଇବାକୁ ବେଶ ପସନ୍ଦ । ମିଠା ମଧ୍ୟରେ ବିଭିନ୍ନ ଜିିନିଷ ରହିଥିବା ବେଳେ ଅନେକ ଲୋକଙ୍କ ପ୍ରଥମ ପସନ୍ଦ ଛେନାପୋଡ। ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରେ ଏଭଳି କି ବିଦେଶରେ ମଧ୍ୟ ଏହାର ଚାହିଦା ଖୁବ୍‌ ଅଧିକ । ଆଜି ହେଉଛି ଏପ୍ରିଲ ୧୧ ବିଶ୍ୱ ଛେନାପୋଡ ଦିବସ। ଛେନାପୋଡ ନାଁ ଶୁଣିବା ମାତ୍ରେ ହିଁ ଲୋକଙ୍କ ପାଟିରୁ ଲାଳ ବୋହି ଆସେ । ଏପ୍ରିଲ ୧୧ ତାରିଖରେ ପ୍ରତିବର୍ଷ ବିଶ୍ୱ ଛେନାପୋଡ ଦିବସ ପାଳନ କରାଯାଏ । ଓଡିଶାର ବିଭିନ୍ନ ସଂଗଠନ ଏହାକୁ ବେଶ ଧୂମଧାମରେ ପାଳନ କରି ଥାନ୍ତି। ଏହାସହ ବର୍ତ୍ତମାନ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଘରେ ମଧ୍ୟ ଏହି ଦିନ ଛେନାପୋଡ ଆଣି ହସଖୁସିରେ ଛେନାପୋଡ ଖାଇ ଏହାକୁ ପାଳନ କରି ଥାନ୍ତି ।
ଛେନାପୋଡର ଜନକ କୁହାଯାଉଥିବା ସୁଦର୍ଶନ ସାହୁଙ୍କର ଜନ୍ମଦିନକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଏ । ନୟାଗଡ ଜିଲା ଦଶପଲ୍ଲାର ବାସିନ୍ଦା ସୁଦର୍ଶନ ସାହୁ ଛେନାପୋଡ ପ୍ରସ୍ତୁତ କରିଥିବା କୁହାଯାଏ। ବିଶ୍ୱର ଏହା ଏକ ମାତ୍ର ମିଠା ଯାହା ପୋଡା ଯାଇ ପ୍ରସ୍ତୁତ କରାଯାଏ। ଛେନାପୋଡର ଜନକ ସୁଦର୍ଶନ ସାହୁ ପ୍ରଥମେ ଏହାକୁ ନିଜ ଘରେ ତିଆରି କରୁଥିଲେ। ପରେ ତାଙ୍କ ପୁଅ ଏହାକୁ ବଜାରରେ ଆଣି ବ୍ୟବସାୟ କରିବା ପରେ ଧିରେ ଧିରେ ଏହା ବିସ୍ତାର ହୋଇ ଖାଲି ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଏହାର ଚାହିଦା ଦେଖାଯାଏ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଟ୍ୱିଟ୍‌ କରି ଛେନାପୋଡ ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ad-week
Leave A Reply

Your email address will not be published.