ସ୍ୱାମୀ ରାସ୍ତାରେ ସ୍ତ୍ରୀ: ଡାକ୍ତର ରାମଚନ୍ଦାନୀଙ୍କ ପତ୍ନୀ ବି ଖୋଲିଲେ ଟଙ୍କିକିଆ ଦନ୍ତ ଚିକିତ୍ସାଳୟ

Independence

ସମ୍ବଲପୁର: କୁହାଯାଏ ଘର ଚଳାଏ ସ୍ୱାମୀ । କିନ୍ତୁ ସ୍ୱାମୀକୁ ସହଯୋଗ କରିବାକୁ ଯାଇ ସ୍ତ୍ରୀ ବି ଯଦି ସହଯୋଗ କରେ ତାହାଲେ ଏହା ଆହୁରି ସଫଳ ହୋଇଯାଏ । ଓଡ଼ିଶାର ଘରେ ଘରେ ପରିଚିତ ଟଙ୍କିକିଆ କ୍ଲିନିକର ପ୍ରତିଷ୍ଠାତା ଡାକ୍ତର ରାମଚନ୍ଦାନୀଙ୍କ ପତ୍ନୀ ଶିଖା ରାମଚନ୍ଦାନ୍ଦୀ ଏହିଭଳି ଏକ କାମ କରିଛନ୍ତି । ଆଜିର ଯୁଗରେ ୧ ଟଙ୍କାର କୌଣସି ମୂଲ୍ୟ ନଥିବା ବେଳେ ସେ କିନ୍ତୁ ତାଙ୍କ ସ୍ୱାମୀ ଭଳି ରୋଗୀ ସେବା ଯୋଗାଇବାକୁ ୧ ଟଙ୍କାରେ ଡେଣ୍ଚାଲ କ୍ଲିନିକ୍ ଖୋଲିଛନ୍ତି ।

ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ର ମେଡିସିନ ବିଭାଗରେ ସହକାରୀ ପ୍ରାଧ୍ୟାପକ ଡକ୍ଟର ଶଙ୍କର ରାମଚନ୍ଦାନୀ ‘ଟଙ୍କିକିଆ କ୍ସିନିକ୍’ ପାଇଁ ଏବେ ପ୍ରଶଂସା ସାଉଁଟୁଛନ୍ତି । ଅନ୍ୟପଟେ ଏହି ସେବାକୁ ଆହୁରି ବ୍ୟାପକ କରିବାକୁ ଯାଇ ସମ୍ବଲପୁରର ବୁର୍ଲାରେ ତାଙ୍କ ପତ୍ନୀ ଏକ ଦନ୍ତ ଚିକିତ୍ସାଳୟ ଆରମ୍ଭ କରିଛନ୍ତି।

ଡକ୍ଟର ଶଙ୍କରଙ୍କ ପତ୍ନୀ ଡକ୍ଟର ଶିଖା ରାମଚନ୍ଦାନୀ ଜଣେ ଦନ୍ତ ଚିକିତ୍ସକ ଏବଂ ପୂର୍ବରୁ ସମ୍ବଲପୁରର ଡିଭିଜନାଲ ରେଳ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଛଅ ବର୍ଷ ପୂର୍ବେ ସେ ତାଙ୍କ ଦୁଇ ଝିଅଙ୍କ ଯତ୍ନ ନେବା ପାଇଁ ଚାକିରି ଛାଡ଼ିଥିଲେ। ନିଜ ସଞ୍ଚୟରୁ ୩ ଲକ୍ଷ ଟଙ୍କା ବିନିଯୋଗ କରି ସେ ଭିମସାର ନିକଟରେ ଏହି କ୍ଲିନିକ୍ ପ୍ରତିଷ୍ଠା କରିଛନ୍ତି । ଯେଉଁଠାରେ ସୁଲଭ ମୂଲ୍ୟରେ ଦନ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି କ୍ଲିନିକ ପ୍ରତିଦିନ ସକାଳେ ତିନି ଘଣ୍ଟା ଖୋଲା ରହୁଛି, ଯେଉଁଠାରେ ଦାନ୍ତ ଫିଲିଂ, ଦାନ୍ତ ଉଠାଇବା ଓ ପରିଷ୍କାର କରିବା ଭଳି ସେବା ଉପଲବ୍ଧ ରହିଛି।

ଚେନ୍ନାଇର ଡକ୍ଟର ଏମଜିଆର ମେଡିକାଲ ୟୁନିଭରସିଟିରୁ ବିଡିଏସ ଡିଗ୍ରୀ ହାସଲ କରିଥିବା ଡକ୍ଟର ଶିଖା କହିଛନ୍ତି, “ମୋ ସ୍ୱାମୀ ଗରିବଙ୍କ ସେବା କରି ଆସୁଛନ୍ତି। ତାଙ୍କଠାରୁ ପ୍ରେରଣା ପାଇ ମୁଁ ଏହି କ୍ସିନିକ୍ ଆରମ୍ଭ କରିଛି, କାରଣ ଗରିବ ଲୋକଙ୍କ ପାଇଁ ଦନ୍ତ ଚିକିତ୍ସା ପ୍ରାୟତଃ ସୁଲଭ ହୋଇପାରୁନାହିଁ।”

୨୦୨୧ ମସିହାରେ ଡକ୍ଟର ଶଙ୍କର ଗରିବ ଓ ଅସହାୟ ଲୋକଙ୍କ ପାଇଁ ‘ଟଙ୍କିକିଆ କ୍ଲିନିକ୍’ ଆରମ୍ଭ କରିଥିଲେ । ଏହା ପ୍ରତିଦିନ ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ଖୋଲା ରହୁଛି। ସେ କହିଛନ୍ତି, “ମୋ ପତ୍ନୀ ଏହି ମିଶନରେ ଗରିବଙ୍କ ସେବା ପାଇଁ ଯୋଗ ଦେଇଥିବାରୁ ମୋ ଖୁସି ପ୍ରକାଶ କରୁଛି।”

ad-week
Leave A Reply

Your email address will not be published.