ଧରାକୋଟ ତହସିଲରେ ବିନା ପାଉଣାରେ ଫାଇଲ ଘୁଞ୍ଚୁ ନାହିଁ.. !

add-all

ଦଲାଲ ଓ ବାବୁ ମାନଙ୍କ ମିଲିଭଗତରେ ସବୁ ଫିକ୍ସ…..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ତହସିଲ ଅଞ୍ଚଳ ରୁ ଲଘୁ ଖଣିଜ ଦ୍ରବ୍ୟ ସର୍ବାଧିକ ଲୁଟ ହେଉଛି। ରାଜସ୍ୱ ବିଭାଗ ର ବାବୁଙ୍କ ଆଶୀର୍ବାଦ ରେ ବେଆଇନ ଭାବେ ବାଲି, ପଥର ଓ ମୋରମ ଚୋରା କାରବାର ଚାଲୁଥିବା ଚର୍ଚ୍ଚା ହେଉଛି। ତହସିଲ କାର୍ଯ୍ୟାଳୟ ରେ ବିନା ହାତ ଗୁଞ୍ଜା ରେ କୌଣସି ଫାଇଲ ଗୁଞ୍ଚୁ ନଥିବା ଆଲୋଚନା ହେଉଛି। ପଟ୍ଟା ପାଇଁ ବାବୁ ମାନେ ନିଜ ଇଚ୍ଛା ମୁତାବିକ ଦାବୀ କରୁଥିବା ଅଭିଯୋଗ ହେଉଛି। ମୋଟା ଅଙ୍କ ନଦେଲେ ଅଫିସକୁ ଯାଇ ଲୋକେ ବିଭିନ୍ନ ସାର୍ଟିଫିକେଟ ନପାଇ ନିରାଶ ହୋଇ ଫେରୁଥିବା ଅଭିଯୋଗ ହେଉଛି। ଦଲାଲ ମାନଙ୍କ ଜରିଆରେ ସବୁ ବର୍ଗର ସାର୍ଟିଫିକେଟ ପାଇଁ ଅଲଗା ଅଲଗା ଦର ନିର୍ଦ୍ଧାରଣ ହୋଇଛି। କୁଆଡ଼େ ବାବୁ ମାନଙ୍କ ଲେଖା ଛିଡେଇ ଦେଲେ ସବୁ କାର୍ଯ୍ୟ ସମ୍ଭବ ହେଉଛି। ରେ ଖୁଲାମ ଖୁଲା ଚାଲାଣ ହେଉଛି। ଏଠାରେ ବାବୁ ଓ ମାଫିଆ ମାନଙ୍କ ଭାଗୁଆଳି ବେପାର ଚାଲିଥିବା ଯୋଗୁଁ ଅଭିଯୋଗ ହେଲେ ବି ବାବୁ ସେଠାକୁ ଯାଉଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାପାଳ ଅଚାନକ ଗସ୍ତ କରିଲେ ବାବୁ ମାନଙ୍କ ଅସଲ ଗୁମର ଖୋଲିବ ବୋଲି ସାଧାରଣ ରେ ଦାବୀ ହେଉଛି।

ad-week
Leave A Reply

Your email address will not be published.