ପୂର୍ବ ସରକାରଙ୍କ ଅବହେଳାକୁ ସମାଲୋଚନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

କଟକ: ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଆରୋଗ୍ୟ ଯୋଜନା ଏବଂ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହାକୁ ଐତିହାସିକ ଯୋଜନା ଭାବେ ବର୍ଣ୍ଣନା କରି କହିଛନ୍ତି ଯେ ପୂର୍ବ ସରକାର ଅମଳରେ ସ୍ୱାସ୍ଥ୍ୟ ଯୋଜନାରେ ପରିବାର ପିଛା ଗୋଟିଏ କାର୍ଡ ଦିଆଯାଉଥିବା ବେଳେ ଏବେ ରାଜ୍ୟ ସରକାର ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ଯୋଗାଇ ଦେବେ। ଦେଶର ୨୯ ହଜାର ସରକାରୀ ଓ ପଂଜିକୃତ ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା ମିଳିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କାଳେ ପ୍ରଧାନମନ୍ତ୍ରୀ ନାଁ ନେଇଯିବେ ସେଥିପାଇଁ ପୂର୍ବ ସରକାର ଜାଣିଶୁଣି ଏହାକୁ ଲାଗୁ କରିନଥିଲେ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି।

ad-week
Leave A Reply

Your email address will not be published.