ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ବ୍ଲକର ଦୁଇ ଅଧିକାରୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ର ଦୁଇ ଅଧିକାରୀ କାର ଯୋଗେ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରି ସେମାନଙ୍କ ନିକଟରୁ ବିପୁଳ ଟଙ୍କା ଜବତ କରି ଉଭୟ ଅଧିକାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ତେବେ ମିଳିଥିବା ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ କାର୍ଯ୍ୟରତ ଥିବା ଏଇ ପବିତ୍ର ମୋହନ ପାଣିଗ୍ରାହୀ ଓ ଯେଇ ଜଗନ୍ନାଥ ବେହେରା ଏକ କାର ଯୋଗେ ଚିତ୍ରକୋଣ୍ଡାରୁ ଜଯପୁର ଅଭିମୁଖେ ଯାଉଥିବା ବେଳେ ଗୋବିନ୍ଦପାଲି ଘାଟିରେ ସେମାନଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଚଢାଉ କରି ସେମାନଙ୍କ ନିକଟରୁ ପ୍ରାୟ ୫ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଥିଲେ। ତୁରନ୍ତ ସେମାନଙ୍କୁ କାବୁ କରି ଜୟପୁର ଭିଜିଲାନ୍ସ ବିଭାଗ କାର୍ଯ୍ୟଳୟକୁ ନିଆଯାଇଥିବା ବେଳେ ସେଠାରେ ସେମାନଙ୍କୁ ପଚରା ଉଚରା କରାଯାଉଥିବା ସହ ଏହି ଅର୍ଥ କେଉଁଠୁ ଆସିଲା ସେନେଇ ତଦନ୍ତ ଜାରିଥିବା ଜୟପୁର ଭିଜିଲାନ୍ସ ଏସପି ରବୀନ୍ଦ୍ର କୁମାର ପଣ୍ଡାଙ୍କ ଠାରୁ ସୂଚନା ମିଳିଛି।

ad-week
Leave A Reply

Your email address will not be published.