ଆୟୁଷ୍ମାନ ଯୋଜନା ଶୁଭାରମ୍ଭ : ଗଞ୍ଜାମରୁ ଉପକୃତ ହେବେ ୨୮.୯୨ ଲକ୍ଷ ହିତାଧିକାରୀ…

ଛତ୍ରପୁର : ଦିର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତଘଟି ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ରାଜ୍ୟରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ଉପକୃତ ହୋଇଥିବା ବେଳେ ଗଞ୍ଜାମ ଜିଲାରେ ୨୮.୯୨ ଲକ୍ଷ ହିତାଧିକାରୀ ଉପକୃତ ହେବେ । ସେମାନଙ୍କ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟାମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ । ପୂର୍ବରୁ କେବଳ ୯୭୮ଟି ତାଲିକାଭୁକ୍ତ ମେଡିକାଲରେ ସ୍ୱାସ୍ଥ୍ୟସେବା ମିଳୁଥିବା ବେଳେ ଏବେ ଦେଶର ୨୯ ହଜାର ଅଗ୍ରଣୀ ଘରୋଇ ଏବଂ ସରକାରୀ ମେଡିକାଲ ଦେୟମୁକ୍ତ ଚିକିତ୍ସା ସେବା ମିଳିବ । ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଜି ବିଭିନ୍ନ ବ୍ଲକରେ ଏହି ସେବାର ଉଦଘାଟନ କରାଯାଇଛି । ଛତ୍ରପୁର ବ୍ଲକରେ ତିନୋଟି ସ୍ଥାନରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ବ୍ଲକର ସୁନ୍ଦରପୁର ଠାରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିବା ସହ ଏହି ତିନୋଟି ଯୋଜନା ସଂପର୍କରେ ଉପସ୍ଥିତ ହିତାଧିକାରୀଙ୍କ ଏହି କାର୍ଡର ଉପକାରିତା ଉପରେ ଆଲୋକପାତ କରିଥିଲେ । ପୂର୍ବରୁ ଯେଉଁ କାର୍ଡ ଥିଲା ସେଥିରେ ସିମିତମାତ୍ର ମେଡିକାଲରେ ମାଗଣାରେ ଏହି ସେବା ମିଳୁଥିବା ବେଳେ ଏବେ ଦେଶର ୨୯ ହଜାର ମେଡିକାଲରେ ଏହି ସେବା ମିଳିବ । ଗଞ୍ଜାମ ରେ ବହୁ ଲୋକ ରାଜ୍ୟ ବାହାରେ ରହୁଥିବା ବେଳେ ଏବେ ସେମାନେ ଏହି କାର୍ଡର ଲାଭ ଉଠାଇ ପାରିବେ ବୋଲି କହିଥିଲେ । ସେହିପରି ନରେନ୍ଦ୍ରପୁର ଓ ନୋଳିଆ ନୁଆଗାଁ ରେ ମଧ୍ୟ ଏହି ଯୋଜନାର ଶୁଭାରମ୍ଭ ହୋଇଯାଇଛି । ନୋଳିଆ ନୁଆଗାଁ ରେ ପୂର୍ବତନ ଜିଲା ପରିଷଦ ସଭ୍ୟ ମୁନା ଦାସ, ସରୋଜ ଦାସ, ପୋଡାପଦର ସରପଂଚ ସୁଜତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.